ଲୋକପ୍ରିୟ ପପ୍ ଷ୍ଟାର ମୁନବିନଙ୍କ ମୃତ୍ୟୁ ,୨୫ ବର୍ଷରେ ପରଲୋକ |
ଖୁବ୍ କମ୍ ବସରେ ଅଜସ୍ର ଲୋକପ୍ରିୟତା ହାସଲ କରିଥିବା ଫେମସ୍ ପପ୍ ଷ୍ଟାର ମୁନବିନ୍ ଆଉ ନାହାନ୍ତି। ମାତ୍ର ୨୫ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ହେଲେ ମୁନବିନ୍ଙ୍କ ଏପରି ଅକାଳ ବିୟୋଗକୁ ତାଙ୍କ କୋଟି କୋଟି ଫ୍ୟାନ୍ସ ସହଜେ ଗ୍ରହଣ କରିପାରୁ ନାହାନ୍ତି।
ସାଉଥ କୋରିଆର ଏହି ପପୁଲାର କେ- ପପ୍ଷ୍ଟାର ତଥା ଆଷ୍ଟ୍ରୋ ଷ୍ଟାରଙ୍କ ମୃତଦେହ ଗତକାଲି ରାତିରେ ସିଓଲର ଗାଙ୍ଗନାମ୍-ଗୁସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୁନବିନ୍ଙ୍କ ମ୍ୟାନେଜର ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ । ମୁନବିନଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନ ଥିଲେ ବି ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଥିଲେ ବି ମୃତ୍ୟୁ ପଛର କାରଣ ଜାଣିପାରିନି। ମାତ୍ର ୨୫ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ସିଓଲର ଗାଙ୍ଗନାମ୍-ଗୁ ସ୍ଥିତ ତାଙ୍କ ବାସଭବନରେ ମୃତଦେହ ମିଳିଛି । ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ମୁତାବକ, ଏପ୍ରିଲ ୧୯ ମଙ୍ଗଳବାର ରାତି ପ୍ରାୟ ୮ ଟା ୧୦ ମିନିଟରେ ତାଙ୍କ ଘରୁ ମୁନବିନଙ୍କ ମୃତଦେହ ମିଳିଥଲା, ଏହା ପରେ ତାଙ୍କ ମ୍ୟାନେଜର ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ତାଙ୍କ ଏଜେନ୍ସି ଫାଣ୍ଟାଗିୟୋରେ ଏନେଇ କୌଣସି ବିବୃତ୍ତି ଏପର୍ଯ୍ୟନ୍ତ ବାହାରି ନାହିଁ।ଖବର ଅନୁଯାୟୀ, ମୁନବିନ୍ ସାନହାଙ୍କ ସହ ଗ୍ରୁପ୍ ଆଷ୍ଟ୍ରୋ ୟୁନିଟ୍ ର ସଦସ୍ୟ ଥିଲେ । କିଛି ଦିନ ପୂର୍ବରୁ ଏହି ସଦସ୍ୟ ପଦ ଛାଡିଥିବାର ସୂଚନା ମିଳିଛି । ସେ ଏକ ଫ୍ୟାନ୍ କନ୍ ଟୁର୍ ଆୟୋଜନ କରିବାକୁ ଯାଉଥିଲେ । ତେବେ ତାଙ୍କ ମୃତ୍ୟୁରେ ସମସ୍ତ ସଦସ୍ୟ ଶୋକରେ ରହିଛନ୍ତି। କେହି ବି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ।