ଲୋକପ୍ରିୟ ଗାୟିକା ପାମେଲା ଚୋପ୍ରାଙ୍କ ପରଲୋକ
ଆଦିତ୍ୟ ଚୋପ୍ରାଙ୍କ ମା’ ପାମେଲା ଚୋପ୍ରାଙ୍କ ପରଲୋକ ହୋଇଛି । ୧୫ ଦିନ ହେବ ସେ ମୁମ୍ବାଇର ଲୀଲାବତୀ ହସପିଟାଲରେ ଚିକିତ୍ସିତ ହେଉଥିଲେ ପାମେଲା। ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା । ଶେଷରେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ଆଜି ସକାଳେ ପାମେଲା ଚୋପ୍ରା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ନିମୋନିଆ, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଏବଂ ମଲ୍ଟିଅର୍ଗାନ ଫେଲ୍ ହେବା ଯୋଗୁଁ ନିଧନ ହୋଇଛି । ପାମେଲା ଚୋପ୍ରା ଜଣେ ଲୋକପ୍ରିୟ ଗାୟିକା ଥିଲେ | ୟଶରାଜ ଫିଲ୍ମସ ତରଫରୁ ଟ୍ଵିଟ୍ କରି ପାମେଲାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି । ପାମେଲା ଏବଂ ୟଶ ଚୋପ୍ରା ୧୯୭୦ରେ ବିବାହ ହୋଇଥିଲା ।ପାମେଲା ୟଶ ଚୋପ୍ରାଙ୍କ ଦ୍ୱିତୀୟ ପତ୍ନୀ । ସେ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି ।