ରେପୋ ପୁଣିଥରେ ୬.୫%ରେ ଅପରିବର୍ତ୍ତିତ ରଖିଛି ଆରବିଆଇ

ରେପୋ ରେଟ୍‌ ବା ସୁଧ ହାରକୁ ପୁଣିଥରେ ୬.୫%ରେ ଅପରିବର୍ତ୍ତିତ ରଖିଛି ଆରବିଆଇ। ଗୁରୁବାର ମାସିକ ମନିଟାରୀ ନୀତି ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମନିଟାରୀ ପଲିସି କମିଟି ସର୍ବସମ୍ମତିକ୍ରମେ ରେପୋ ରେଟକୁ ଅପରବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ରେପୋ ରେଟ ପୂର୍ବଭଳି ୬.୫% ରହିବ।ଆର୍ଥିକ ବର୍ଷ ୨୦୨୩-୨୪ରେ ମୁଦ୍ରାସ୍ଫୀତି ୪%ରୁ ଅଧିକ ରହିବ।

ଆର୍ଥିକ ବର୍ଷ ୨୦୨୪ରେ ସିପିଆଇ ବା ଗ୍ରାହକ ଦର ସୂଚକାଙ୍କ ୫.୨%ରୁ କମି ୫.୧% ରହିପାରେ। ସେହିପରି ୨୦୨୪ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬.୫% ରହିବାର ସମ୍ଭାବନା ରହିଛି।ଆର୍ଥିକ ବର୍ଷ ୨୦୨୪ର ପ୍ରଥମ କ୍ୱାର୍ଟର୍‌ରେ ପ୍ରକୃତ ଜିଡିପି ବା ଅଭିବୃଦ୍ଧି ୮% ରହିବାର ଆଶା ରହିଛି। ୪ର୍ଥ କ୍ୱାର୍ଟର୍‌ରେ ଏହା ୫.୭%କୁ ଖସିବାର ଆଶଙ୍କା ରହିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp