ରିଷଭ ପନ୍ତଙ୍କୁ ମିସ୍ କରୁଛନ୍ତି ଭାରତୀୟ ଫ୍ୟାନ୍ସ ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିରେ ରିଷଭ ପନ୍ତଙ୍କୁ ମିସ୍ କରୁଛନ୍ତି ଭାରତୀୟ ଫ୍ୟାନ୍ସ । ଭାରତ ଦୁଇଟି ଟେଷ୍ଟ ମ୍ୟାଚ ଜିତି ସାରିଥିବା ବେଳେ ଆଗାମୀ ମ୍ୟାଚ ଉପରେ ନଜର ରହିଛି । ମ୍ୟାଚ୍ ସମୟରେ ଟିମ୍ ସବୁବେଳେ ପନ୍ତଙ୍କ ଅଭାବକୁ ମିସ୍ କରୁଛି । ଦିଲ୍ଲୀରେ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ସୁନୀଲ ଗାଭାସ୍କରଙ୍କୁ ପନ୍ତଙ୍କ କଥା ମନେ ପଡିଛି । ଗାଭାସ୍କର କମେଣ୍ଟ୍ରି କରୁଥିବା ସମୟରେ କହିଛନ୍ତି, ତୁମେ ଶୁଣୁଛ ରିଷଭ, ତୁମର ଅନୁପସ୍ଥିତି ଆମେ ଅନୁଭବ କରୁଛୁ । ଜଲଦି ଠିକ୍ ହୋଇଯାଅ। ଆଉ ଫେରିଆସ ।
ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିଲ୍ଲୀ ଟେଷ୍ଟରେ କମେଣ୍ଟ୍ରି କରୁଥିବା ବେଳେ ଗାଭାସ୍କର କହିଥିଲେ କି, ‘ ଅଷ୍ଟ୍ରେଲିଆ ବହୁତ ଭାଗ୍ୟଶାଳୀ କି ରିଷଭ ନାହାନ୍ତି । ତାଙ୍କ ପାଖରେ କହିବାକୁ ବହୁତ କିଛି ଥାଏ, ବ୍ୟାଟିଂ ନ କରିବା ହେଉ କିନ୍ତୁ ଟିମ୍ ଓ ସାଥି ଖେଳାଳିଙ୍କ ପାଇଁ ବହୁତ ଜରୁରୀ ସେ । ରିଷଭ ତୁମେ ଯଦି ଶୁଣୁଛ, ତେବେ ତୁମ ଅନୁପସ୍ଥିତି ଆମେ ଆଉ ସହିପାରୁନାହୁଁ। ଜଲଦି ଠିକ୍ ହୋଇ ଫେରି ଆସ ।