ରିଙ୍କୁ ସିଂଙ୍କ 5ଟି ଛକା : ଶେଷ ଓଭରରେ ଗୁଜୁରାଟ ହାତରୁ ମ୍ୟାଚ ଛଡେଇନେଲା କେ.କେ.ଆର

ଗତକାଲି ରବିବାର ଆଇପିଏଲର ଦୁଇଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଗୁଜରାଟ ଟାଇଟନ୍ସକୁ ଅହମଦାବାଦରେ ହରାଇଛି । ଅନ୍ୟଟି ସନ୍ ରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗସକୁ ହରାଇଛି । ଉଭୟ ମ୍ୟାଚ ବେଶ ରୋମାଞ୍ଚକର ଥିଲା

କେକେଆର ଆଗରେ ବିଶାଳ ରନର ଟାର୍ଗେଟ ଥିଲା । ୨୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ୨୮ ରନରେ ୨ଟି ୱିକେଟ ହରାଇ ବିପଦରେ ପଡିଥିଲା । ଶେଷ ୫ ବଲରୁ ୨୮ ରନ୍ ଆବଶ୍ୟକ କରୁଥିବା କୋଲକାତା ନାଇଟ୍ ରାଇଡର୍ସ ପାଇଁ ଏହି କଷ୍ଟସାଧ୍ୟ ଲକ୍ଷ୍ୟକୁ ସମ୍ଭବ କରି ଦେଖାଇଛନ୍ତି ଦଳର ରିଙ୍କୁ ସିଂହ ।

ଅନଭିଜ୍ଞ ୟାଶ ଦୟାଲଙ୍କ ୫ଟି ବଲକୁ ଲଗାତାର ଛକା ମାରି କ୍ରିକେଟପ୍ରେମୀଙ୍କ ମନରେ ଶିହରଣ ଖେଳାଇ ଦେଇଛନ୍ତି । ଆଇପିଏଲ୍ ଇତିହାସରେ ଶେଷ ଓଭରରୁ ସର୍ବାଧିକ ୨୯ ରନ୍ ସଂଗ୍ରହ କରି କୌଣସି ଦଳ ଆଗରୁ ଜିତିନଥିଲେ । ସେହିପରି ସନରାଇଜର୍ସ ହାଇଦ୍ରାବାଦ ରବିବାର ତୃତୀୟ ମ୍ୟାଚରୁ ପ୍ରଥମ ବିଜୟ ସହ ପଏଣ୍ଟ ଖାତା ଖୋଲିଛି । ପଞ୍ଜାବ ମାତ୍ର ୧୪୩ ରନ୍ କରିଥିଲା । ଜବାବରେ ରାହୁଲ ତ୍ରିପାଠୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ ୧୯ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp