ରାହୁଲ ନା’ ପ୍ରେତ: ବିଜେପି

ରାହୁଲ ଗାନ୍ଧୀ ନା ପ୍ରେତ। ଗୃହକୁ ପ୍ରେତ ଆସି ଭାଷଣ ଦେଇ ଚାଲିଗଲା।’ କିଛି ଏଭଳି କହି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟ୍ରୋଲ କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ବିଜେପି ସାଂସଦଙ୍କ ଏହି ଟ୍ରୋଲ କରିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଙ୍ଗଳବାର ଥିଲା ପାର୍ଲାମେଣ୍ଟ ବଜେଟ ଅଧିବେଶନର ଷଷ୍ଠ ଦିନ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ଚାଲିଥିଲା। ଏହି ସମୟରେ କଂଗ୍ରେସ ପ୍ରାୟ ଏକ ଘଣ୍ଟା ଧରି କେନ୍ଦ୍ର ସରକାର ଓ ବିଜେପିକୁ ଅନେକ ପ୍ରସଙ୍ଗ ନେଇ ଘେରିଥିଲା। ଅନ୍ୟ ୫ ଦିନ ପରି ବିରୋଧୀ ସଦସ୍ୟମାନେ ଆଦାନୀ ଗ୍ରୁପ୍‌ ଓ କେନ୍ଦ୍ର ସରକାରଙ୍କ ବିପକ୍ଷରେ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ। ଏହି ସମୟରେ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧରେ ନାନା ଅଭିଯୋଗ ଆଣିଥିଲେଏଥିସହ ରାହୁଲଙ୍କ ବିରୋଧରେ ସେ ବିଶେଷଅଧିକାରୀ ହନନ ନୋଟିସ ଦେଇଛନ୍ତି। ତେବେ ନିଶିକାନ୍ତ ଦୁବେ ଯେଉଁ ଭଳି ଢ଼ଙ୍ଗରେ ରାହୁଲଙ୍କୁ ଟ୍ରୋଲ କରିଛନ୍ତି ତା’ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ସଂସଦରେ ରାହୁଲ ଗାନ୍ଧୀ ଅନେକ ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। ଆମେରିକୀୟ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିପୋର୍ଟ ଉପରେ ଆଦାନୀ ଗ୍ରୁପ୍‌ ବିରୋଧରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରିଥିଲେ। ଏହି ସମୟରେ ଓ୍ୱାଇନାଡା ସାଂସଦ ରାହୁଲ ନିଜ ଭାରତ ଯୋଡୋ ଯାତ୍ରାର ଅନୁଭବ ମଧ୍ୟ ବଖାଣିଥିଲେ

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp