ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ସଂସଦରେ ଝଡ଼।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ‘ଠେଙ୍ଗା’ ଉପାଖ୍ୟାନ ରାଜନୀତିରେ ଆଣିଛି ଝଡ଼। ଏହି ମନ୍ତବ୍ୟକୁ ନେଇ ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ରାହୁଲ ଗାନ୍ଧୀ ଏହି ମନ୍ତବ୍ୟ ଫେରାଇ ନିଅନ୍ତୁ ଦାବି କରି ବିଜେପି ସାଂସଦମାନେ ହଙ୍ଗାମା କରିଥିଲେ।ରାହୁଲ କହିଥିଲେ, ‘‘ନରେନ୍ଦ୍ର ମୋଦୀ ଯେଉଁଭଳି ଭାଷଣ ଦେଉଛନ୍ତି ତାହା ଯୁବପିଢ଼ିଙ୍କୁ ନିରାଶ କରୁଛି। ପରିସ୍ଥିତି ଏମିତି ହେବ ଆଗାମୀ ୬ ମାସ ପର୍ଯ୍ୟନ୍ତ ମୋଦୀ ତାଙ୍କ ବାସଭବନରୁ ବାହାରି ପାରିବେ ନାହିଁ। ଯୁଆଡ଼େ ଯିବେ ଭାରତର ଯୁବକମାନେ ତାଙ୍କୁ ଠେଙ୍ଗା ଦେଖାଇାବେ।

ରାହୁଲଙ୍କ ବୟାନକୁ ନେଇ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଏ ଗୃହର ସଦସ୍ୟ ଥିବା ରାହୁଲ ଗାନ୍ଧୀ ଲଣ୍ଡନ୍‌ରେ ଭାରତକୁ ଅପମାନିତ କରିଛନ୍ତି। ଗୃହର ସମସ୍ତ ସଦସ୍ୟ ତାଙ୍କ ମନ୍ତବ୍ୟ ସବୁକୁ ନିନ୍ଦା କରିବା ଉଚିତ। ତାଙ୍କୁ ମଧ୍ୟ ଗୃହରେ କ୍ଷମା ପ୍ରାର୍ଥନା କରିବାକୁ କୁହାଯିବା ଉଚିତ ବୋଲି ସେ ଦାବି କରିଛନ୍ତି।ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ‘ଯେତେବେଳେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଦେଶ ବାହାରେ ଅପମାନ କରନ୍ତି, ସେତେବେଳେ ସେ ଦେଶକୁ ଅପମାନିତ କରନ୍ତି। ଯେଉଁମାନେ ଲୋକସଭାରେ ଘଣ୍ଟା ଘଣ୍ଟା ଧରି ବିବୃତ୍ତି ଦିଅନ୍ତି ଏବଂ ବିଦେଶ ଯାଇ କୁହନ୍ତି ଯେ ଲୋକଙ୍କୁ କହିବାକୁ ଅନୁମତି ଦିଆଯାଉ ନାହିଁ, ଲୋକସଭା ବାଚସ୍ପତି ଏହା ଉପରେ ପଦକ୍ଷେପ ନେବା ଉଚିତ୍।’

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp