ରାସ୍ତା ନେଉଛି ଜୀବନ ।
ରାସ୍ତାରେ ଯିବାକୁ ଲୋକଙ୍କ ମନରେ ସୃଷ୍ଟି ହେଉଛି ଭୟ । ରାସ୍ତା ନେଉଛି ଗୋଟିଏ ପରେ ଗୋଟିଏ ଜୀବନ । ଏହି ରାସ୍ତାରେ ଘଟୁଛି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା । କେତେ ବେଳେ ଲୋକଙ୍କ ମୁଣ୍ଡ ଯାଉଛି ତ୍ ଆଉ କେତେବେଳେ ଲୋକେ ହେଉଛନ୍ତି ସାଙ୍ଘାତିକ ଭାବେ ଗୁରୁତର । ଆଜି ସକାଳୁ ସକାଳୁ ଚଣ୍ଡିଖୋଲ ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଯାହା ସାରା ଅଞ୍ଚଳରେ ଚହଳ ପକାଇ ଦେଇଛି । ଯାଜପୁର 16 ନମ୍ବର ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣା ଯୋଗୁଁ ରାସ୍ତା ଉପରେ ପଡି ରହିଥିଲା ଛ ଛ ଟି ମୃତ ଶରୀର । ଆଉ ସେହି ରାସ୍ତାରେ ଜମା ହୋଇଥିଲେ ଶହ ଶହ ଲୋକେ ।
କାରଣ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସେହି ସଡକ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଥିଲା । ତେବେ ସୂଚନା ଅନୁଯାୟୀ ପଷ୍ଟିମ୍ ବଙ୍ଗରୁ ଆସୁଥିବା ଏକ ଆଇଚର୍ ପୂର୍ବରୁ ଦୁର୍ଘଟଣା ଘଟାଇ ଛିଡା ହୋଇଥିବା ଏକ ଗାଡ଼ିକୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଛ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତର ଖାନାରେ ଭର୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ପ୍ରଶାସନ କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ ।