ରାତିରେ ୫ ଘଣ୍ଟାରୁ କମ ସୋଉଥିଲେ ହୋଇଯାଆନ୍ତୁ ସାବଧାନ ନହେଲେ ଦ୍ୱିଗୁଣ ହୋଇଯିବ ହାର୍ଟ ଆଟାକ୍‌ ଆଶଙ୍କା

ରାତିରେ ଯେଉଁ ବ୍ୟକ୍ତି ୫ ଘଣ୍ଟାରୁ କମ ଶୋଉଛନ୍ତି, ସେମାନଙ୍କ ଠାରେ ପେରିଫେରାଲ ଆର୍ଟେରୀ ଡିଜିଜ ବୃଦ୍ଧିର ୭୪% ଆଶଙ୍କା ଥାଏ ବୋଲି ଗବେଷଣାରୁ ଜଣାପଡିଛି । ଏହାଦ୍ୱାରା ଗୋଡର ଧମନୀରେ ଜମାଟ ବାନ୍ଧିବା ସହ ଏହା ରକ୍ତ ପ୍ରବାହକୁ ରୋକି ଦେଇଥାଏ,ଯାହା ଦ୍ୱାରା ହୃଦଘାତ ଓ ଷ୍ଟ୍ରୋକ୍‌ ର ଆଶଙ୍କା ବୃଦ୍ଧି କରିଥାଏ । ବିଶ୍ୱରେ ପ୍ରାୟ ୨୦ କୋଟି ଲୋକ ପିଏଡି ରୋଗରେ ପୀଡିତ ବୋଲି ଜଣାଯାଇଛି ।

ରାତିରେ ୭ ରୁ ୮ ଘଣ୍ଟା ଶୋଇବା ଯୋଗୁ ପିଏଡି ଆଶଙ୍କା ହ୍ରାସ ପାଇଥାଏ ବୋଲି ସ୍ୱେଡେନ କାରୋଲିନସ୍କା ପ୍ରତିଷ୍ଠାନର ଗବେଷକ ସୁଇ ୟୁଆନ ପ୍ରକାଶ କରିଛନ୍ତି । ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁ ଲୋକେ ଅଧିକ ଶୋଉଛନ୍ତି,ତେବେ ଶାରୀରିକ ଭାବେ ସକ୍ରିୟ ଥିବା ବ୍ୟକ୍ତିଙ୍କ ଠାରେ ଏହି ଆଶଙ୍କା କମ୍‌ ଥାଏ । ନିଦ ଉପରେ ପ୍ରାୟ ୬ ଲକ୍ଷ ୫୦ ହଜାର ବିଶ୍ଲେଷଣକାରୀଙ୍କ ତଥ୍ୟ ୟୁରୋପିଆନ ହାର୍ଟ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

ଏହି ତଥ୍ୟ ଅନୁଯାୟୀ ରାତିରେ କମ ଶୋଇବା ଯୋଗୁ ପିଏଡି ଆଶଙ୍କା ବଢ଼ିଥାଏ । ଏହାଛଡା ଯେଉଁମାନେ ୮ ଘଣ୍ଟାରୁ ଅଧିକ ରାତିରେ ଶୋଉଛନ୍ତି ସେମାନଙ୍କ ଠାରେ ମଧ୍ୟ ପିଏଡି ହେବାର ୨୪ ପ୍ରତିଶତ ଅଧିକ ଆଶଙ୍କା ଥାଏ ବୋଲି ଏହି ତଥ୍ୟରୁ ଜଣାଯାଇଛି । ୧୫୬,୫୮୨ ଓ ୪୫୨,୦୨୮ ଦୁଇଟି ବୃହତ ଗ୍ରୁପର ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp