ରାତିରେ ଖାଲି ପେଟରେ ଶୋଉଛନ୍ତି କି , ଜଣାନ୍ତୁ କଣ ହେଇପାରେ ରୋଗ ।

କୌଣସି କାରଣ ବଶତଃ ଆପଣ ଯଦି ରାତିରେ ନଖାଇ ଶୋଉଛନ୍ତି , ଆଉ ଏହା ଆପଣଙ୍କ ପାଇଁ ନୀତିଦିନିଆ କଥା ହୋଇଗଲାଣି, ତେବେ ବେଳ ଥାଉ ଥାଉ ସାବଧାନ ହୋଇ ଜାଆନ୍ତୁ।କାର୍ଯ୍ୟବ୍ୟସ୍ତତା ଏବଂ ଥକ୍କାପଣ କିମ୍ବା କିଛି ଅଲଗା କାରଣ ପାଇଁ ଆମେ ବେଳେବେଳେ ଖାଦ୍ୟ ନଖାଇ ରାତିରେ ଖାଲି ପେଟରେ ଶୋଇପଡନ୍ତି । କିନ୍ତୁ ଆପଣଙ୍କୁ କଣ ଜଣାଅଛି ଆପଣଙ୍କର ଏହି ଅଭ୍ୟାସ କେତେ କ୍ଷତି ପହଁଚାଇପାରେ ଆପଣଙ୍କ ଶରୀର ଉପରେ । କୌଣସି କାରଣ ବଶତଃ ଆପଣ ଯଦି ରାତିରେ ନଖାଇ ଶୋଉଛନ୍ତି , ଆଉ ଏହା ଆପଣଙ୍କ ପାଇଁ ନୀତିଦିନିଆ କଥା ହୋଇଗଲାଣି, ତେବେ ବେଳ ଥାଉ ଥାଉ ସାବଧାନ ହୋଇ ଜାଆନ୍ତୁ । ଜାଣି ରଖନ୍ତୁ ଏହା ଦ୍ୱାରା କଣ ସବୁ ରୋଗ ହୋଇଥାଏ ।ରାତିରେ ଖାଲି ପେଟରେ ଶୋଇବା ଯୋଗୁ ଆପଣଙ୍କ ଶରୀରରେ ନ୍ୟୁଟ୍ରିସନ୍ କମ୍ ହୋଇପାରେ। ହେଲଥ୍ ଏକ୍ସପର୍ଟଙ୍କ ଅନୁସାରେ ଶରୀରକୁ ସୁସ୍ଥ ରଖିବା ପାଇଁ ନ୍ୟୁଟ୍ରିସନ୍ର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ରାତିରେ ଖାଲି ପେଟରେ ଶୋଇବା ଯୋଗୁ ଏହା କମ୍ ହୋଇଥାଏ। ଏଥିପାଇଁ ମଧ୍ୟ ଶରୀରରେ ସମସ୍ୟା ଦେଖା ଦେଇପାରେ।

ଖାଲି ପେଟରେ ଶୋଇବା ଦ୍ୱାରା ଅଧା ରାତିରେ ଆପଣଙ୍କ ପେଟରେ ଖାଦ୍ୟ ନଥିବାରୁ ପେଟ କାଟିବା ସମସ୍ୟା ମଧ୍ୟ ଦେଖା ଦେଇପାରେ। ଏଥିପାଇଁ ଆପଣଙ୍କ ନିଦ ପୂରା ହୋଇପାରେ ନାହିଁ। ଆପଣ ତା ପରଦିନ ଅସୁସ୍ଥ ଏବଂ ଚିଡ୍ଚିଡ଼ା ଅନୁଭବ କରିଥାନ୍ତି। ଏଥିପାଇଁ ଆପଣ ନିଦ ପୂରା କରିବାକୁ ଚୁହଁଥାନ୍ତି, ତାହାଲେ ରାତିରେ ଖାଇକି ଶୁଅନ୍ତୁ।
ଯେଉଁ ଲୋକମାନେ ରାତିରେ ନ ଖାଇ ଶୋଇବାର ଅଭ୍ୟାସ ଥାଏ ସେମାନଙ୍କର ମେଟାବଲିଜିମ୍ ଉପରେ ଖରାପ ପ୍ରଭାବ ପକାଇଥାଏ। ମେଟାବଲିଜିମ୍ ଆମ ଶରୀରରେ ଶକ୍ତି ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ। ଏହା ସହ ଖାଲିପେଟରେ ଶୋଇବା ଦ୍ୱାରା ଆମ ଶରୀରରେ କୋଲେଷ୍ଟ୍ରୋଲ୍ ଲେବଲ୍ ଏବଂ ଥାଇରଏଡ୍ ହେବାର ବହୁତ ସମ୍ଭାବନା ଥାଏ। ଏହି ଅଭ୍ୟାସ ଶରୀରରେ ଅନେକ ରୋଗ ସୃଷ୍ଟି କରିପାରେ।

ବହୁତ ଲୋକ ଭାବନ୍ତି ଯେ, ରାତିରେ ଶରୀରକୁ ଖାଇବାର ଆବଶ୍ୟକତା ନଥାଏ। କିନ୍ତୁ ହେଲଥ୍ ଏକ୍ସପର୍ଟଙ୍କ କହିବା ଅନୁସାରେ, ଆମ ଶରୀର ୨୪ ଘଣ୍ଟା ଶକ୍ତି ଉତ୍ପାଦନ କରିଥାଏ। ଏଥିପାଇଁ ଶରୀରକୁ ଖାଦ୍ୟର ଆବଶ୍ୟକତା ପଡ଼ିଥାଏ। ଯେଉଁ ପୁରୁଷମାନେ ରାତିରେ ଖାଇବା ପୂର୍ବରୁ ଏନର୍ଜି ଡ୍ରିଙ୍କ୍ ପିଇଥାନ୍ତି, ସେମାନଙ୍କ ଶରୀରରେ ଏନର୍ଜିର କମ୍ ହୋଇନଥାଏ। ସେହିଭଳି ରାତିରେ ଆପଣ ଖାଲି ପେଟରେ ଶୋଇବା ଯୋଗୁ ତା ପରଦିନ ଆପଣ ଥକାପଣ ଅନୁଭବ କରିପାରନ୍ତି।
ବହୁ ଲୋକଙ୍କର ଓଜନ ବଢ଼ିବା ସମସ୍ୟା ଥାଏ। ସେମାନେ କମ୍ ଖାଇକି ମଧ୍ୟ ଓଜନ ବଢ଼ିଥାଏ। ଯଦି ଆପଣ ଭାବୁଛନ୍ତି ଯେ, ନ ଖାଇକି ଶୋଇବା ଦ୍ୱାରା ଆପଣଙ୍କ ଓଜନ କମ୍ ହେବ, ତାହାଲେ ଆପଣ ଭୁଲ୍ ଭାବୁଛନ୍ତି। ଏହା ଆପଣଙ୍କ ଓଜନକୁ ବଢ଼ାଇଥାଏ। ହେଲଥ୍ ଏକ୍ସପର୍ଟଙ୍କ ଅନୁସାରେ ରାତିରେ କମ୍ ଖାଇବା ଆବଶ୍ୟକ। ଆପଣ କିନ୍ତୁ ନ ଖାଇ ଶୋଇବା ଯୋଗୁ ଅସୁବିଧାରେ ପଡ଼ିପାରନ୍ତି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp