ରାଜ୍ୟରେ ତାତିରୁ କମିଲା ତ୍ରାହିଁ |
ରାଜ୍ୟରେ ତାତିରୁ କମିଲା ତ୍ରାହିଁ ,ଆସନ୍ତା ତିନି ପର୍ଯ୍ୟନ୍ତ ଦିନର ତାପମାତ୍ରା ହ୍ରାସ ପାଇବ। କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି ।ଖସୁଛି ଦିନର ତାପପାତ୍ରା । ଆସନ୍ତା ତିନି ପର୍ଯ୍ୟନ୍ତ ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ହ୍ରାସ ପାଇବ। ଆସନ୍ତା ୫ ଦିନ ରାଜ୍ୟରେ ମେଘୁଆ ପାଗ ସହ ତାପମାତ୍ରା ଖସିବ । ଆଜି ଓ ଆସନ୍ତାକାଲି କାଳବୈଶାଖୀ ପ୍ରଭାବ ରହିବ। କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଆଜି ୧୨ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କଟକ, ଜଗତସିଂହପୁର, ନବରଙ୍ଗପୁରରେ ପବନ ସହ ଘଡ଼ଘଡ଼ି ବର୍ଷା ହୋଇପାରେ ଓ କିଛି ସ୍ଥାନରେ କୁଆ ପଥର ମାଡ଼ ଦେଖିବାକୁୁ ମିଳିପାରେ ।