ରାଜ୍ୟରେ କେତେ ସୁରକ୍ଷିତ ଅଛନ୍ତି ମନ୍ତ୍ରୀ: ଏନେଇ ଉତ୍ତର ରଖିଲେ ରାଷ୍ଟ୍ରମନ୍ତ୍ରୀ ।

ଓଡିଶା ଭଳି ରାଜ୍ୟରେ କେତେ ସୁରକ୍ଷିତ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ କେତେ ପୁଲିସ ଅଧିକାରୀ ମୁତୟନ ଅଛନ୍ତି? ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏହି ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ମନ୍ତ୍ରୀ ବିଧାୟକ, ସାଂସଦଙ୍କ ସୁରକ୍ଷାରେ ୪୬ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି । ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଅନୁମୋଦିତ ହୋଇଥିବା ଆଦେଶନାମା ଅନୁଯାୟୀ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ସମ୍ପୃକ୍ତ ଜିଲ୍ଲାମାନଙ୍କ ପକ୍ଷରୁ ୨୪୯ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

କର୍ତ୍ତବ୍ୟପରାୟଣ , ଶରୀରିକ ଓ ମାନସିକ ସ୍ତରରେ ସୁସ୍ଥ, ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ସମ୍ବନ୍ଧୀୟ ସ୍ୱତନ୍ତ୍ର ତାଲିମପ୍ରାପ୍ତ ହୋଇଥିବା ପୁଲିସ ଅଧିକାରୀଙ୍କୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ସୁରକ୍ଷା ଦୃଷ୍ଟିରୁ ନିୟୋଜିତ କରାଯାଏ । ସମ୍ପୃକ୍ତ ବିଶିଷ୍ଟ ବ୍ୟକ୍ତି ନିୟୋଜିତ ହୋଇଥିବା ସୁରକ୍ଷା କର୍ମୀଙ୍କ ବିରୋଧରେ କୌଣସି ମତାମତ କିମ୍ବା ଟିପ୍ପଣୀ ପ୍ରଦାନ କଲେ ତାହାକୁ ବିଚାରକୁ ନିଆଯାଏ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp