ରାଜ୍ୟରେ କାଳବୈଶାଖୀ ର ପ୍ରଭାବ , ଗରମ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି
ରାଜ୍ୟରେ ଜାରିରହିଛି କାଳବୈଶାଖୀର ପ୍ରଭାବ । ଆଗାମୀ ୪ ଦିନ ପାଇଁ ରାଜ୍ୟରେ ଏଭଳି ପାଗ ଲାଗି ରହିବ । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।୪ ଦିନ ଭିତରେ ରାଜ୍ୟର କିଛି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍ ରହିପାରେ ଗତ ୨-୩ ଦିନ ହେବ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହୋଇଛି । ଫଳରେ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦିନରେ ତାତି ଓ ସନ୍ଧ୍ୟାରେ କାଳବୈଶାଖୀ ତାର ପ୍ରଭାବ ଦେଖାଉଛି । ଆଗାମୀ ୪ ଦିନ ଧରି ରାଜ୍ୟରେ ଏଭଳି ପାଗ ଲାଗି ରହିବ । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟର କିଛି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍ ଛୁଇଁପାରେ । ସେହିପରି ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ବି ରହିଛି । ଆଜି ପାଇଁ ଝଡ଼ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଜୁଳି ଓ ଘଡ଼ଘଡ଼ି ବି ମାରିବ । ସେଥିରୁ ୧୪ଟି ଜିଲ୍ଲାର କିଛି ସ୍ଥାନରେ ୪୦-୫୦ କିଲୋମିଟର ବେଗରେ ବହିପାରେ ପବନ । ଆସନ୍ତାକାଲି ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି ।