ରାଜୀବ ସିଂହଙ୍କୁ ମିଳିଲା ନୂଆ ଦାୟିତ୍ୱ |

ମଣିପୁର ହିଂସା ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଆଇପିଏସ ରାଜୀବ ସିଂହଙ୍କୁ ରାଜ୍ୟର ନୂଆ ଡିଜିପି ନିଯୁକ୍ତ କରାଯାଇଛି । ରାଜୀବ ତ୍ରିପୁରା କ୍ୟାଡରର ଆଇପିଏସ ଅଧିକାରୀ ହୋଇଥିବା ବେଳେ ତାଙ୍କୁ ମଣିପୁର କ୍ୟାଡରକୁ ବଦଳି କରାଯାଇଛି । ଏହା ପୂର୍ବରୁ ପି ଡଙ୍ଗୋଲ ମଣିପୁର ପୁଲିସ ଡିଜିପି ଭାବେ କାମ କରୁଥିଲେ । ତାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି ।

ରାଜୀବ ଏହିଭଳି ସମୟରେ ପୁଲିସ ଡିଜି ହୋଇଛନ୍ତି ଯେତେବେଳେ ଅନେକ ସମୟ ଧରି ବିଭିନ୍ନ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହୋଇଛି । ସ୍ଥିତି ଏହିଭଳି ରହିଛି ଯେ ଏହାକୁ ରୋକିବା କଠିନ ହୋଇପଡିଛି । ଅନେକ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେନାକୁ ନିୟୋଜିତ କରାଯାଇଛି । ଏହି ହିଂସା ରୋକିବା ବର୍ତ୍ତମାନ ରାଜୀବଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ମେ ୨୯ ତାରିଖରେ ତାଙ୍କୁ ମଣିପୁର କ୍ୟାଡରରେ ସାମିଲ କରାଯାଇଥିଲା ।ହିଂସା ସ୍ଥିତି ମଧ୍ୟରେ ରାଜ୍ୟରେ ଏହା ଦ୍ୱିତୀୟ ସବୁଠାରୁ ବଡ ଅଦଳବଦଳ । ଏହା ପୂର୍ବରୁ ମେ ୩ ତାରିଖରେ ହିଂସା ହେବା ପରେ କେନ୍ଦ୍ର ସରକାର ସିଆରପିଏଫର ପୂର୍ବତନ ମୁଖ୍ୟ କୁଲଦୀପ ସିଂହଙ୍କୁ ମଣିପୁର ସରକାରର ପ୍ରମୁଖ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା । ରାଜ୍ୟରେ ଏକମାସ ତଳେ ଆରମ୍ଭ ହୋଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୭୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଥିରେ ୫ ଜଣ ପୁଲିସ କର୍ମୀ ମଧ୍ୟ ସାମିଲ ରହିଛନ୍ତି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp