ରାଜଧାନୀରେ ହତ୍ୟାକାଣ୍ଡ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜଧାନୀ ରେ ହତ୍ୟାକାଣ୍ଡ | ଖଣ୍ଡଗିରି ବାହାଦଲପୁର ଠାରେ ଘଟିଛି ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିରେ ଅଶୋକ ଓ ଜଗନ୍ନାଥ ପାଟି ତୁଣ୍ଡ ହୋଇଥିଲେ | ସାମାନ୍ୟ ବଚସା କେନ୍ଦ୍ରକରି ଜଗନ୍ନାଥ ଅଶୋକକୁ ଲୁହା ରଡ଼ରେ ପିଟିଥିଲା। ଘଟଣା ସ୍ଥଳରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା | ଉଭୟ ଗାଡ଼ି ଡ୍ରାଇଭର୍ ଭାବରେ କାର୍ଯ୍ୟ କରୁଥଲେ। ଏହି ହତ୍ୟାକାଣ୍ଡ ନେଇ ଖଣ୍ଡଗିରି ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି |