ରାଜଧାନୀରେ କେତେ ସୁରକ୍ଷିତ ମହିଳା ।

କେତେ ବେଳେ ଚୋରି ତ କେତେବେଳେ ଡକାୟତି । କେତେବେଳେ ଅପହରଣ ତ ଆଉ କେତେବେଳେ ଦୁଷ୍କର୍ମ । ପ୍ରତ୍ୟକ ସମୟରେ ଖବରର ଶିରୋନାମା ପାଲୁଟୁଛି ଅପହରଣ ଆଉ ଦୁଷ୍କର୍ମ । ଖବର କାଗଜର କଡ ଲେଉଟାଇଲେ ଦେଖିବାକୁ ମିଳେ ସେହି ଘଟଣା । ହେଲେ ଦୁଃଖର କଥା ଦୁଷ୍କ୍ରମ୍ ଆଉ ଦୁଷ୍କର୍ମ କାରୀଙ୍କ ଉପରେ ରୋକ ଲଗା ଯାଇ ପାରୁନି । ମହିଳା ମାନଙ୍କ ସୁରକ୍ଷା କଥା କହି ରାଜ୍ୟ ସରକାର ଦିଣ୍ଡିମ ପିଟି ବାହା ନେଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା । ଆଜିବି ସୁରକ୍ଷିତ ନୁହଁନ୍ତି ରାଜଧାନିରେ ମହିଳା । ଏ କଥା ଆମେ ନୁହେଁ ଏହା ସାଧାରଣ ଲୋକେ କହୁଛନ୍ତି । ନିକଟରେ ରାଜଧାନୀରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହେବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଆଜି ସେହି ସମାନ ଘଟଣା ଘଟି ଯାଇଛି ମାଞ୍ଚେସୋର୍ ଥାନା ଅଞ୍ଚଳର ଝରଣା ବସ୍ତିରେ । ମଞ୍ଚେଶ୍ୱୋର୍ ଥାନା ଅଞ୍ଚଳର ଏକ ନାବାଳିକାଙ୍କୁ ଜଣେ ବିବାହିତା ପୁରୁଷ ଜୋର୍ ଜବରଦସ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଆଉ ରାଜଧାନିରେ ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି କମିଶନରେଟ ପୋଲିସ କରୁଛି କଣ । ମହିଳାଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବା କହୁଥିବା ବେଳେ ଯଦି ଆମେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ତେବେ ଜାଣି ପାରିବା କି କେଉଁଠି ନା କେଉଁଠି ସରକାରଙ୍କ ସେହି ପଦକ୍ଷେପ ଗୁଡ଼ିକ ଫେଲ ମାରିଛି । କାରଣ ବାସ୍ତବତା ଯଦି ଏପରି ତେବେ ସରକାରଙ୍କ ପଦକ୍ଷେପ କେତେ କାର୍ଯ୍ୟକାରୀ ହୋଇଛି ତାହା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରେ । ତେବେ ଏବେ କେବଳ ଦେଖିବାକୁ ବାକି ରହିଲା କି କେତେ ଏପରି ନାବାଳିକାଙ୍କ ଜୀବନ ସହିତ ନର ରାକ୍ଷସ ଖେଳିବା ପରେ କମିଶନ ରେଟ ପୋଲିସର ନିଦ ଭାଙ୍ଗିବ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp