ରାକ୍ଷସ ସାଜିଲା ପ୍ରେମିକ !

ପାର୍ଟନରକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କଲା ପ୍ରେମିକ। ଏତିକିରେ ମନ ଶାନ୍ତ ହେଲାନି ଯେ, ମୃତଦେହ ଖଣ୍ଡକୁ ପ୍ରେସର୍‌କୁକର୍‌ରେ ପକାଇ ଶିଝାଇଲା। ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ମର୍ଡର କେସ୍‌ ଭଳି ଏକ ଘଟଣା ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି। ଲିଭ୍‌-ଇନ୍‌ରେ ରହୁଥିବା ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ହତ୍ୟା ପରେ ଗଛ କଟା ମେସିନ୍‌ରେ ମୃତଦେହ ଖଣ୍ଡ ଖଣ୍ଡ କରିଥିଲା। ଏହାପରେ ଶରୀରର ଏହି ଖଣ୍ଡ ଅଂଶକୁ ପ୍ରେସର୍‌କୁକର୍‌ରେ ଶିଝାଇ ଦେଇଥିବା ଜଣାପଡ଼ିଛି। ଯେପରି କୌଣସି ଦୁର୍ଗନ୍ଧ ନଆସେ ଓ କେହି ଯେପରି ନଜାଣି ପାରନ୍ତି ଏଥିପାଇଁ ସେ ଏପରି କରିଥିବା କୁହାଯାଉଛି। ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଚଳାଇଛି।ସୂଚନାଥାଉ କି, ମୀରା ରୋଡ୍‌ ସ୍ଥିତ ନୟା ନଗର ଥାନା ଅନ୍ତର୍ଗତ ଗୀତା-ଆକାଶଦୀପ ସୋସାଇଟିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୋସାଇଟିର ୭ମ ମହଲାରେ ରହୁଥିବା ୫୬ ବର୍ଷୀୟ ମନୋଜ ସାହାଣୀ, ଲିଭ-ଇନ୍‌ ପାର୍ଟନର ୩୬ ବର୍ଷୀୟ ସରସ୍ୱତୀଙ୍କ ହତ୍ୟା କରିଛି। ଦୀର୍ଘ ଦିନ ହେବ ଉଭୟ ଏକାଠି ରହୁଥିଲେ। ତେବେ କିଛିଦିନ ହେବ ମନୋଜ ରହୁଥିବା ଫ୍ଲାଟ୍‌ରୁ ଦୁର୍ଗନ୍ଧ ବାହାରୁଥିଲା। ଏନେଇ ପଡ଼ୋଶୀମାନେ ମଧ୍ୟ ଚିଡି ଯାଇଥିଲେ। ଶେଷରେ ପୋଲିସ୍‌କୁ ଖବର ଦେଇଥିଲେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp