ରାକେଶ ରଞ୍ଜନ ହେଲେ Zomatoର ନୂଆ ସିଇଓ

Zomato ରାକେଶ ରଂଜନଙ୍କୁ ନିଜର ଖାଦ୍ୟ ଅର୍ଡର ଏବଂ ବିତରଣ ବ୍ୟବସାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରୂପେ ନିଯୁକ୍ତ କରିଛି। ଅନଲାଇନ୍ ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ‘ଜୋମାଟୋ’ ୨୦୨୨-୨୩ ବିତ୍ତ ବର୍ଷର ଚତୁର୍ଥ ତ୍ରୈମାସିକରେ ଆଶାଠାରୁ ଅଧିକ ଫଳାଫଳ ମିଳିବା ପରେ ନିଜର ଶୀର୍ଷ ପରିଚାଳନାରେ ପରିବର୍ତ୍ତନ ଆଣିଛି।ଜୋମାଟୋ ସୂଚନା ଦେଇଛି ଯେ ଏହା ରାକେଶ ରଂଜନଙ୍କୁ ନିଜର ଖାଦ୍ୟ ଅର୍ଡର ଏବଂ ବିତରଣ ବ୍ୟବସାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ କରିଛି। ଏହିପରି ରିନ୍‌ସୁଲ ଚନ୍ଦ୍ରାଙ୍କୁ ଏହି ବ୍ୟବସାୟର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଭାବରେ ନିଯୁକ୍ତ କରାଯାଇଛି।

ସେହିପରି କମ୍ପାନୀର ସବ୍ସିଡିଆରୀ ହାଇପରପୋର୍‌ର ସିଇଓ ଭାବରେ ଋଷି ଅରୋରା ନିଯୁକ୍ତ ହୋଇଛନ୍ତି। ରାକେଶ ରଂଜନ ପୂର୍ବରୁ ଜୋମାଟୋରେ ନୂତନ ବ୍ୟବସାୟର ବିଜନେସ୍‌ ହେଡ୍‌ ଥିଲେ ଏବଂ ରିନ୍‌ସୁଲ ଚନ୍ଦ୍ରା କମ୍ପାନୀରେ ଉତ୍ପାଦର ଉପାଧ୍ୟକ୍ଷ ଥିଲେ। ଅରୋରା ଗତ ବର୍ଷ ସହ-ସଂସ୍ଥାପକ ରୂପରେ ପଦୋନ୍ନତି ପାଇବା ପୂର୍ବରୁ ଜୋମାଟୋ-ମାଲିକାନାରେ ଥିବା ଇନ୍‌ଷ୍ଟାଣ୍ଟ କମର୍ସ ପ୍ଲାଟଫର୍ମ ‘ବ୍ଲିଙ୍କିଟ୍‌’ରେ ସଞ୍ଚାଳନର ବରିଷ୍ଠ ଉପାଧ୍ୟକ୍ଷ ପଦରେ ରହିଥିଲେ।

କମ୍ପାନୀ ସୂଚନା ଦେଇଛି ଯେ ରାକେଶ, ରିନ୍‌ସୁଲ ଓ ଋଷି ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଭୂମିକାରେ ଜୋମାଟୋ ଏବଂ ବ୍ଲିଙ୍କିଟ୍‌ ସହିତ ରହିଆସିଛନ୍ତି। ଆମେ ବିଶ୍ୱାସ କରୁ ଯେ ଦକ୍ଷ ଲୋକଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବା ଉଚିତ୍‌। ସମୟ ସମୟରେ ନେତୃତ୍ୱରେ ପରିବର୍ତ୍ତନ ବ୍ୟବସାୟ ପାଇଁ ନୂତନ ଦୃଷ୍ଟିକୋଣ ଆଣିଥାଏ, ଯଦ୍ଦ୍ଵାରା କମ୍ପାନୀ ଶୀଘ୍ର ଉନ୍ନତି କରିଥାଏ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp