ରଙ୍ଗରେ ସଜ୍ଜିତ ପର୍ବ ହେଉଛି ହୋଲି ।

ପ୍ରେମରେ ପରିପୂର୍ଣ୍ଣ ରଙ୍ଗରେ ସଜ୍ଜିତ ପର୍ବ ହେଉଛି ହୋଲି । ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟ ଏବଂ ଜାତିର ବନ୍ଧନ ଖୋଲି ଭାଇଚାରା ର ବାର୍ତ୍ତା ଦେଇଥାଏ ହୋଲି । ଭାରତୀୟ ସଂସ୍କୃତିର ଏହି ମହାନ ପର୍ବ ହୋଲି ସାରା ଭାରତରେ ଖେଳାଇ ଦେଇଥାଏ ଏକ ଅଦ୍ଭୁତ ଆଲୋଡନ । ରାଗ ରୁଷା ମାନ ଅଭିମାନ ଭୁଲିଯାଇ ସମସ୍ତେ ହୋଲି ଖେଳିବାକୁ ଆଗେଇ ଆସିଥାନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ରଙ୍ଗର ପର୍ବ ହୋଲି ସମସ୍ତଙ୍କ ମନରୁ ରାଗ ହିଂସା ଦୁରେଇ ପ୍ରେମର ରଙ୍ଗ ହୃଦୟରେ ଭରିଥାଏ । ଘୃଣା ବଦଳରେ ପ୍ରେମ ସୃଷ୍ଟି କରିଥାଏ ।

ଦୋଳ ପୂର୍ଣ୍ଣିମାର ପର ଦିନ ହୋଲି ଗାଁ ଠୁ ନେଇ ସହର ସବୁଠି ସବୁ ଜାଗାରେ ସମସ୍ତେ ହୋଲି ପର୍ବ ବେଶ ଧୂମ ଧାମରେ ପାଳନ କରିଥାନ୍ତି । ପରସ୍ପର ପରସ୍ପରକୁ ବିଭିନ୍ନ ରଙ୍ଗର ଅଭିର ଦେଇ ଆତ୍ମୀୟତା ଜାଗରଣ କରିଥାନ୍ତି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ହୋଲି ପର୍ବ ବେଶ ଧୁମଧାମରେ ପାଳନ କରିଥାନ୍ତି । ଆବାଳ ବୃଦ୍ଧ ବନିତା ଏହି ରଙ୍ଗର ପର୍ବ ହୋଲିକୁ ମନ ଭରି ଉପଭୋଗ କରିଥାନ୍ତି । ଆଉ ଏହି ଦୃଷ୍ଟିରୁ ହୋଲିକୁ ଭାଇଚାରା ସୃଷ୍ଟି କାରି ଏକ ମହାନ ଗଣ ପର୍ବ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ଫାଲ୍ଗୁନ ମାସର ପୂର୍ଣ୍ଣିମା ଦିନ ହୋଲି ପର୍ବ ବେଶ ଧୁମଧାମରେ ପାଳନ କରାଯାଇଥାଏ । ତେବେ ଭାଇଚାରା ଓ ରଙ୍ଗର ପର୍ବ ହୋଲିରେ ଆପଣଙ୍କୁ ଆମ j news ପରିବାର ତରଫରୁ ଢ଼େର ସାରା ଶୁଭେଚ୍ଛା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp