ମ୍ୟାକଡୋନାଲ୍ଡ ଜାରି କଲା ନୋଟିସ୍ବ : ବର୍ଗରରୁ ଟମାଟୋ ଗାଏବ |
ରୋଷେଇ ଘରୁ ହଜିଗଲାଣି ପରିବା ।ଗୋଟାଏ ପଟେ ପରିବା ଦର ବୃଦ୍ଧି ପାଉଥିବା ବେଳେ,ଏହି ସମୟରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ୟ୍ୟ ଜନକ କଥା ,ଫୁଡ୍ କମ୍ପାନୀ ମ୍ୟାକଡୋନାଲ୍ଡ ଜାରି କଲା ନୋଟିସ୍ । ଟମାଟୋଠୁ ନେଇ ସବୁ ପନିପରିବା ଦର ଏବେ ଆକାଶଛ୍ରୁଅ। ସେପଟେ ଫାଷ୍ଟଫୁଡ ଥାଳିରେ ସ୍ୱାଦ ବଢାଉଥିବା ଓ ଆକୃଷ୍ଟ କରୁଥିବା ଲାଲ ଟହ ଟହ ଟମାଟୋ ମଧ୍ୟ ଦେଖିବାକୁ ମିଳୁନି । ଦର ବୃଦ୍ଧି ପରେ ମ୍ୟାକଡୋନାଲ୍ଡର ବର୍ଗରରୁ ହଜିଛି ଟମାଟୋ । ନିକଟରେ ଫୁଡ କମ୍ପାନୀ ମ୍ୟାକଡୋନାଲ୍ଡ ଏକ ନୋଟିସ ଜାରି କରିଛି ।
ଯେଉଁଥିରେ ଗ୍ରାହକଙ୍କୁ କୁହାଯାଇଛି ଯେ, ଦର ବୃଦ୍ଧି ପାଇଁ ବର୍ଗରରୁ ଟମାଟୋକୁ ବାଦ୍ ଦିଆଯାଇନାହିଁ ବରଂ କମ୍ପାନୀର ଗୁଣବତା ମାନଙ୍କ ଅନୁଯାୟୀ ଟମାଟୋ ମିଳୁନଥିବାରୁ ସାମୟିକ ଭାବେ ବର୍ଗରରୁ ଟମାଟୋକୁ ବାଦ୍ ଦିଆଯାଇଛି । ବର୍ଗର ପରି କିଛି ଲୋକପ୍ରିୟ ଖାଦ୍ୟରୁ ଟମାଟୋ ଗାଏବ ହୋଇଯିବା ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋରଦାର ହେଉଛି ।