ମୋ ସ୍ତ୍ରୀକୁ ତୁ ନେଇଗଲୁ ,ଏବେ ତୋ ସ୍ତ୍ରୀ ମୋର

ସ୍ତ୍ରୀ ଅନ୍ୟ ଜଣେ ପୁରୁଷଙ୍କ ସହିତ ଫେରାର ହୋଇଗଲା, ଆଉ ପ୍ରତିଶୋଧ ନେବା ପାଇଁ ସ୍ୱାମୀ ଆପଣାଇଛନ୍ତି ଅଜବ ତରିକା । ପତ୍ନୀ ଯେଉଁ ଯୁବକଙ୍କ ସହିତ ଫେରାର ହୋଇଥିଲେ, ତାଙ୍କ ପତ୍ନୀକୁ ବିବାହ କରିଛନ୍ତି ଫେରାର ହୋଇଥିବା ମହିଳାଙ୍କ ସ୍ୱାମୀ । ଏହି ଘଟଣା ବିହାରର ଖଗାରିଆ ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

୨୦୨୨ ଫେବୃଆରୀରେ ମୁକେଶ ଓ ରୁବି ପରସ୍ପରକୁ ବିବାହ କରିଥିଲେ। ଏକଥା ଜାଣିବା ପରେ ନୀରଜ ପୋଲିସରେ ଅଭିଯୋଗ କରିବା ସହ ମୁକେଶଙ୍କ ତାଙ୍କ ପତ୍ନୀଙ୍କୁ ଅପହରଣ କରି ନେଇଥିବା କହିଥିଲେ। ସେ ତାଙ୍କ ଅଭିଯୋଗରେ କହିଥିଲେ ଯେ, ମୁକେଣ ଓ ରୁବିଙ୍କ ମଧ୍ୟରେ ଥିବା ସମ୍ପର୍କର ସମାଧାନ କରିବାକୁ ଗ୍ରାମପଞ୍ଚାୟତ ବସିଥିଲା। ହେଲେ ପଞ୍ଚାୟତ ନେଇଥିବା ନିଷ୍ପତ୍ତିକୁ ମୁକେଶ ମାନିବାକୁ ରାଜି ହୋଇ ନଥିଲେ। ସେ ଫେରାର ହୋଇଯାଇଥିଲେ।

ମୁକେଶ ମଧ୍ୟ ବିବାହିତ ଓ ତାଙ୍କର ଦୁଇଟି ପିଲା ରହିଛନ୍ତି। ମୁକେଶ ଯେହେତୁ ରୁବିଙ୍କୁ ପ୍ରେମ ଜାଲରେ ଫସାଇ ଦେଇଥିଲେ, ଏହାର ପ୍ରତିଶୋଧ ନେବାକୁ ନୀରଜ ଯୋଜନା କରିଥିଲେ। ଯୋଜନା ଅନୁସାରେ ସେ ମଧ୍ୟ ମୁକେଶଙ୍କ ପତ୍ନୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ଆରମ୍ଭ କରିଥିଲେ।

ଶେଷରେ ନୀରଜ ଓ ମୁକେଶଙ୍କ ପତ୍ନୀ ରୁବି ପରସ୍ପରକୁ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୩ ଫେବୃଆରୀ ୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବେ ନୀରଜ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଗାଁରେ ରହୁଛନ୍ତି। ହେଲେ ମୁକେଶ ଓ ନୀରଜଙ୍କ ପୂର୍ବତନ ପତ୍ନୀ ରୁବୀ ଗାଁରୁ ଫେରାର ହୋଇଯାଇଛନ୍ତି। ଘଟଣାଟି ସାମ୍ନାକୁ ଆସିବା ପରେ ଏବେ ଭାଇରଲ ହେବାରେ ଲାଗିଛି

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp