ମୋ ବସରେ ଯାତ୍ରୀଙ୍କ ଜୀବନ ବିପଦ ।
ରାଜ୍ୟ ସରକାର ରାଜ୍ୟରେ ମୋ ବସ ସେବା ଯୋଗାଇ ବାହା ବାହା ନେଲେ । ଡିଣ୍ଡିମ ପରେ ଡିଣ୍ଡିମ ପିଟିଲେ । ସ୍ୱଳ୍ପ ମୂଲ୍ୟରେ ଭୁବନେଶ୍ବରରୁ କଟକ ଯାତ୍ରା କରି ପାରିବେ ଯାତ୍ରୀ । ସିନିୟର୍ ସିଟିଯେନ୍, ଡିଜାବୁଲ ମାନଙ୍କ ପାଇଁ ବି ସ୍ୱୋତନ୍ତ୍ର ସିଟ୍ ର ବ୍ୟବସ୍ଥା କରିଲେ । ହେଲେ ଦର୍ଶକ ବନ୍ଧୁ ବାହାରେ ଯାହା ଦେଖା ଯାଏ ତାହା ଭିତର ଆଦୌ ସେମିତି ହୋଇ ନଥାଏ । ମୋ ବସ ପ୍ରାଇଭେଟ୍ ବସ ଠାରୁ ସାମାନ୍ୟ କମ ମୂଲ୍ୟ ଯାତ୍ରୀଙ୍କ ପାଖରୁ ନେବା ନିରାଟ ସତ୍ୟ । ହେଲେ ଏହି ସତ୍ୟ ପଛରେ ରହିଛି ଲୋକଙ୍କ ଜୀବନ ପ୍ରତି ବିପଦ । ସାମ୍ନାରେ କମ୍ ଟଙ୍କାରେ ସୁବିଧାରେ ଯାତ୍ରା କରାଇ ରାଜ୍ୟ ସରକାର ଯେଉଁ ବାହା ବାହା ନେଉଛନ୍ତି ହେଲେ ତାର ବାସ୍ତବ ଚିତ୍ର ବର୍ତ୍ତମାନ ଆମେ ଆପଣଙ୍କୁ ଦେଖାଇବୁ । ଗୋଟିଏ ବସରେ ଯାତ୍ରା କରୁଛନ୍ତି ଦେଢ଼ ସହରୁ ଦୁଇ ଶହ ଯାତ୍ରୀ । ଓଭର ଲୋଡ ହେଇ ଯାଉଛି ମୋ ବସ ଯାହା ଫଳରେ ଯାତ୍ରୀ ହେଉଛନ୍ତି ସାଙ୍ଘାତିକ ସମସ୍ୟାର ସମ୍ମୁଖୀନ । କେତେ ବେଳେ ଚୋରି ତ ଆଉ କେତବେଳେ ମୋ ବସ କଣ୍ଡଟର ଙ୍କ ଦୁର୍ବ୍ୟବହାର ଶିକାର । କେବଳ ଏତିକି ନୁହେଁ ମୋ ବସ ଡ୍ରାଇଭର ଭାଙ୍ଗୁଚନ୍ତି ନିୟମ ଆଉ ଦଣ୍ଡ ପାଉଛନ୍ତି ନିରୀହ ସାଧାରଣ ବସରେ ଯାତ୍ରା କରୁଥିବା ଯାତ୍ରୀ ।
ମୋ ବସରେ ସିଟ୍ ଠାରୁ ଢେର ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଛି ମୋ ବସ । କାହା ନିର୍ଦ୍ଦେଶରେ ବସ ଡ୍ରାଇଭର ଓ କଣ୍ଡଟର ନେଉଛନ୍ତି ଅଧିକ ସଂଖ୍ୟକ ଯାତ୍ରୀ ? କଣ ପାଇଁ ଏହି ଘଟଣା ନଜରକୁ ଆସୁନି କି ମୋ ବସ କ୍ରୁଡ ମେମ୍ବରଙ୍କର । ନା ରାଜ୍ୟ ସରକାର ରାଜସ୍ଵ ନେଇ ରାଜୁତି କରିବାକୁ ଲୁଚି ଛପି ଦେଉଛନ୍ତି ନିର୍ଦ୍ଦେଶ ? ଏ ପ୍ରଶ୍ନ ଆମର ନୁହେଁ ଏହା ହେଉଛି ସାଧାରଣ ଜନତାଙ୍କର । ମୋ ବସରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କର । ଏ ସମ୍ପର୍କରେ ମୋ ବସ ଡ୍ରାଇଭରଙ୍କୁ ପ୍ରଶ୍ନ କଲେ ଡ୍ରାଇଭର କହୁଛନ୍ତି କି ଲୋକେ ମାନୁ ନାହାନ୍ତି ଯାତ୍ରା କରୁଛନ୍ତି । ହେଲେ ପ୍ରଶ୍ନ ଉଠୁଛି ମୋ ବସରେ ଏଣ୍ଟ୍ରି ଆଉ exist ଦୁଇଟି ଗେଟ୍ ଥିବା ବେଳେ । ସିଟ୍ ଫିଲପ ହେବା ପରେ ଡ୍ରାଇଭର କାହିଁକି ଖୋଲୁଛନ୍ତି ଏଣ୍ଟ୍ରି ଗେଟ୍ । ନିୟମ ଭାଙ୍ଗୁଛି କିଏ ଡ୍ରାଇଭର ନା ସାଧାରଣ ଜନତା ?