ମୋଦୀ କଲେ କଂଗ୍ରେସକୁ ଟାର୍ଗେଟ ।
ମୋଦୀ ବର୍ଶି ଦେଇ ଗଲେ ତାଙ୍କ ଅଭିଭାଷଣରେ । କହିବାକୁ କୁଣ୍ଠା କଲେ ନାହିଁ ମୁଁହ ଖୋଲିଲେ ଆଉ କଂଗ୍ରେସର ଗୁଣ ଗାଇଲେ । କଂଗ୍ରେସର ଇତିହାସ ପୃଷ୍ଠା ଲେଉଟାଇ କହି ଚାଲିଲେ ନିକଟ ଅତୀତରେ ଯେତେବେଳେ କେନ୍ଦ୍ରରେ କଂଗ୍ରେସ ଥିଲା ସେତେବେଳେ କଂଗ୍ରେସ କିପରି କାର୍ଯ୍ୟ କରିଥିଲା । ମୋଦି କହିଥିଲେ କଂଗ୍ରେସ କୁଆଡେ଼ ଗରିବଙ୍କ ପାଇଁ ଆସୁଥିବା ବିକାଶକୁ ଲୁଟ କରି ନେଇଥିଲା । ଗରିବଙ୍କ ଜୀବନକୁ ଦୁର୍ବିସହ କରିବାକୁ କଂଗ୍ରେସ ପଛ ଘୁଂଚା ଦେଇ ନଥିଲା । କଂଗ୍ରେସକୁ କେବେ ବି ଗରିବଙ୍କ ଦୁଃଖର ଫରକ ପଡେନି । ହେଲେ ବିଜେପି କେବେ ଗରିବଙ୍କ ଦୁଃଖ ଦେଖି ସହିପାରେନି। ଗରିବଙ୍କ ପାଖରୁ ନେଇ ଚାଷୀଙ୍କ ପର୍ଯ୍ୟନ୍ତ କେନ୍ଦ୍ରର ଛୋଟ ଛୋଟ ସମସ୍ୟାର ସମାଧାନ କରୁଛି ବିଜେପି । ଗତ ୯ ବର୍ଷରେ ସରକାରଙ୍କ ବିଭିନ୍ନ ଯୋଜନା କୋଟି କୋଟି ଗରିବଙ୍କ ଜୀବନକୁ ସହଜ କରିଛି । କଂଗ୍ରେସ ସମୟରେ ସରକାରୀ ସୁବିଧା ପାଇଁ ଗରିବଙ୍କୁ ବାର ଦୁଆର ହେବାକୁ ପଡୁଥିଲା । କିନ୍ତୁ ଏବେ ସେ ସ୍ଥିତି ନାହିଁ । ସବୁକିଛି ବଦଳି ଯାଇଛି । ଏଭଳି କହି ମୋଦୀ କେବଳ କଂଗ୍ରେସକୁ ଟାର୍ଗେଟ କରିନାହାନ୍ତି ବରଂ ନିଜ ସରକାରର ସଫଳତା ଲୋକଙ୍କ ସାମ୍ନାରେ ରଖିଛନ୍ତି । ତେବେ
ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ବେଙ୍ଗାଲୁରୁ ମହୀଶୂର ଏକ୍ସପ୍ରେସ ୱେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହାସହ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ବର୍ଷିବାକୁ ଆଦୌ ଭୁଲିନାହାନ୍ତି ପ୍ରଧାମନ୍ତ୍ରୀ। ଜନସଭାରେ ମୋଦୀ କହିଛନ୍ତି, କଂଗ୍ରେସ ଓ ସେମାନଙ୍କର ସାଥୀ ମୋଦୀଙ୍କ କବର ଖୋଳିବାରେ ବ୍ୟସ୍ତ ଅଛନ୍ତି କିନ୍ତୁ ମୋଦୀ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେ ନିର୍ମାଣ କରିବାରେ ବ୍ୟସ୍ତ ଅଛନ୍ତି । ମୋଦୀଙ୍କ କବର ଖୋଳିବାର ସ୍ୱପ୍ନ ଦେଖୁଥିବା କଂଗ୍ରେସକୁ ଏହା ଜଣା ନାହିଁ ଯେ, ଦେଶର କୋଟି କୋଟି ମା ଓ ଭଉଣୀଙ୍କ ଆଶୀର୍ବାଦ ମୋଦୀଙ୍କର ସବୁଠୁ ବଡ ସୁରକ୍ଷାକବଚ । ଏପରି କିଛି କହି ମୋଦି କଂଗ୍ରେସ ଉପରେ ବର୍ଶିଥିଲେ । ଯାହାକୁ ନେଇ ଏବେ ସବୁଠି ବେଶ୍ ଚର୍ଚ୍ଚା ହେଉଛି ।