ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କୁ ନେଇ ମିଳିଲା ଏହି ସୂଚନା
ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ବର।ମେ’ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ। ସୋସିଆଲ ସାଇନ୍ସ ପ୍ରଶ୍ନ ପତ୍ର ତ୍ରୁଟି ପାଇଁ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନରେ ସମସ୍ୟା ହେବ ନାହିଁ । ଏହା ସହ ତ୍ରୁଟି ଶୂନ୍ୟ ମୂଲ୍ୟାୟନ ପାଇଁ ବୋଡ଼ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି । ବୋର୍ଡ ସଭାପତି ରାମସିଶ ହାଜରା ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳଳେ ସେମାନଙ୍କ ଖାତା ଦେଖା ପାଇଁ ୧୩ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଥିଲା ।
ରାଜ୍ୟର ୫୫ ଟି ମୂଲ୍ୟାୟନ କେନ୍ଦ୍ରରେ ଗତ ୩ ତାରିଖରୁ ଖାତା ଦେଖା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ କିଭଳି ରହିଛି ମାଟ୍ରିକ ଫଳ ପ୍ରକାଶ ର ପ୍ରସ୍ତୁତି ବୋର୍ଡ ସଭାପତି ରାମସିଶ ହାଜରା ଙ୍କ ସହ ଆଲୋଚନା କରିଛନ୍ତି ଆମ ରିପୋର୍ଟର ଦେବାଶିଷ ପଣ୍ଡା।