ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର , ଉଭୟଙ୍କର କଟିଲା ୧୦୦ ପ୍ରତିଶତ ମ୍ୟାଚ୍‌ ଫି

ପୁଣି ଥରେ ପଡିଆରେ ମୁହାଁମୁହିଁ ହୋଇଛନ୍ତି ବିରାଟ କୋହଲି ଏବଂ ଗୌତମ ଗମ୍ଭୀର । ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ଉଭୟ ଜୋରଦାର ଯୁକ୍ତିତର୍କ କରିଥିଲେ । ଏହି ଘଟଣାରେ ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଖେଳାଳିଙ୍କୁ ଜରିମାନା କରାଯାଇଛି। ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କଙ୍କ ୧୦୦ ପ୍ରତିଶତ ମ୍ୟାଚ ଫି କାଟି ଦିଆଯାଇଛି। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ବାକ୍‌ଯୁଦ୍ଧ ହୋଇଥିଲା। ବାଙ୍ଗାଲୋରଠାରୁ ଲକ୍ଷ୍ନୌ ହାରିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଦୁହେଁ ଆଇପିଏଲ୍ କୋଡ ଅଫ୍ କଣ୍ଡକ୍ଟର ଧାରା ୨-୨୧ ଅନ୍ତର୍ଗତ ଲେଭଲ୍ -୨ ଅବମାନନା କରିଥିବା ସ୍ବୀକାର କରିଛନ୍ତି। ସେହିପରି ଏହି ଘଟଣାରେ ଲକ୍ଷ୍ନୌର ବୋଲର ନବୀନ୍-ଉଲ୍-ହକଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି। ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚରେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ୧୮ ରନ୍ରେ ହରାଇଥିଲା । ମ୍ୟାଚ୍ ଜିତିବାକୁ ଲକ୍ଷ୍ନୌକୁ ୧୨୭ ରନ୍ ଟାର୍ଗେଟ ଦେଇଥିଲା ବେଙ୍ଗାଳୁରୁ । ଜବାବରେ ଲକ୍ଷ୍ନୌ ୧୦୮ରନରେ ସୀମିତ ରହିଯାଇଥିଲା । ମ୍ୟାଚ୍ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp