ମୁଖ୍ୟମନ୍ତ୍ରୀ KCRଙ୍କୁ ଜୋତା ଉପହାର ଦେଇ ଶର୍ମିଲାଙ୍କ ଚ୍ୟାଲେଞ୍ଜ
ମୁଖ୍ୟମନ୍ତ୍ରୀ KCRଙ୍କୁ ଜୋତା ଉପହାର ଦେଇ ଶର୍ମିଲାଙ୍କ ଚ୍ୟାଲେଞ୍ଜ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଓପନ ଚ୍ୟାଲେଞ୍ଜ ! କହିଲେ ଦମ୍ ଅଛି ତ ମୋ ସହ ପଦଯାତ୍ରାରେ ଆସନ୍ତୁ । ଏଭଳି ଓପନ ଚ୍ୟାଲେଞ୍ଜ କରିଛନ୍ତି ଯୁବଜନ ଶ୍ରମିକ ରିଥୁ ତେଲାଙ୍ଗାନା ପାର୍ଟି ମୁଖ୍ୟ ୱାଇ ଏସ୍ ସର୍ମିଲା । ସେ ସିଧାସଳଖ ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ଉଦେଶ୍ୟରେ ଗଣମାଧ୍ୟମ ଆଗରେ ଚ୍ୟାଲେଞ୍ଜ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦମ୍ ଅଛନ୍ତି ତ ମୋ ସହ ପଦଯାତ୍ରାରେ ଯୋଗ ଦିଅନ୍ତୁ । ଏହି ପଦଯାତ୍ରା ଯେଉଁଠି ସରିଥିଲା ସେଇଠୁ ହିଁ ଆରମ୍ଭ ହେବ । ଏହାସହ ଗଣମାଧ୍ୟମ ଆଗରେ ଏକ ନୂଆ ଜୋତା ଦେଖାଇ କହିଥିଲେ, ମୁଖ୍ୟମନ୍ତ୍ରୀ ପଦଯାତ୍ରରେ ସାମିଲ ହେଲେ ମୁଁ ଏହାକୁ ଉପହାର ଦେବି । ଗୁରୁବାର ସେ ଏହି ଚ୍ୟାଲେଞ୍ଜ କରିଛନ୍ତି ।