ମୁକ୍ତିଲାଭ କଲା ଓଡିଆ ଫିଲ୍ମ ଲଭ ଇନ ଲଣ୍ଡନ |
ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ରଜ ଉପଲକ୍ଷେ ମୁକ୍ତିଲାଭ କରିଛି ବିଗ୍ ବଜେଟର ଫିଲ୍ମ “ଲଭ ଇନ ଲଣ୍ଡନ । ଫିଲ୍ମ ରିଲିଜ୍ ପୂର୍ବରୁ ଉତ୍କଳ କନିକା ଗ୍ୟାଲେରିଆରେ ପ୍ରି-ରଜ ସେଲିବ୍ରେସନ ଅନୁଷ୍ଠିତ ହୋଇଛି।ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହିତ ଦୁଇ ନବାଗତ ନାୟିକା ସ୍ୱପ୍୍ନା ପ୍ରିୟଦର୍ଶିନୀ, ସୌମ୍ୟା ସଚ୍ଚଦେବାଙ୍କ ସହ ଫିଲ୍ମର ସମସ୍ତ କଳାକାର ଉପସ୍ଥିତ ଥିଲେ। ଫିଲ୍ମ ଲଭ ଇନ ଲଣ୍ଡନରେ ଏକା ସାଙ୍ଗରେ ୪ ଜଣ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅସଦ ନିଜାମ, ଡ଼କ୍ଟର ବିନୟ ରଥ ଏବଂ ସୋମେଶ ଶତପଥି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
କଣ୍ଠଶିଳ୍ପୀ ଅସୀମା ପଣ୍ଡା, ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ ଉପସ୍ଥିତ ରହି ଗୀତ ଗାଇଥିଲେ। ଫିଲ୍ମ “ଲଭ ଇନ ଲଣ୍ଡନ” ର ଏଭଳି ପ୍ରୟାସକୁ ଉପସ୍ଥିତ ଥିବା ଶହ ଶହ ଦର୍ଶକ ପ୍ରଶଂସା କରିଥିଲେ । ଦୀର୍ଘ ୬ ବର୍ଷ ପରେ ରଜରେ ଅନୁଭବ ମହାନ୍ତିଙ୍କ ଫିଲ୍ମ ଆସୁଥିବାରୁ ଉତ୍ସାହିତ ଅଛନ୍ତି ଦର୍ଶକ ।ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ରଜ ଉପଲକ୍ଷେ ମୁକ୍ତିଲାଭ କରିଛି ବିଗ୍ ବଜେଟର ଫିଲ୍ମ “ଲଭ ଇନ ଲଣ୍ଡନ ।