ମୁଁ ଫେରିଲେ ତୁମର ।

ଏୟାର ପୋର୍ଟରେ ଖଚା ଖଚ ଭିଡ । ସିନେ ଜଗତର ସବୁ କଳାକାର ଆଖିରେ ଅଦିନିଆ ଲୁହକୁ ଚାପି ପିଣ୍ଟୁ ନନ୍ଦଙ୍କୁ ସାହସ ଦେଉଛନ୍ତି । କିଛି ହେବନି ଭାଇ ତୁମେ ଫେରିବ । ତୁମେ ନିଶ୍ଚୟ ଫେରିବ । ତୁମେ ଭଲ ହୋଇ ପୁଣି ଥରେ ଅଭିନୟ କରିବ । ତୁମ ସାଥିରେ ସାରା ଓଡ଼ିଶା ବାସୀଙ୍କ ଭଲ ପାଇବା ଅଛି । ତୁମ ଉପରେ ସାରା ଓଡ଼ିଶା ବାସୀଙ୍କ ଆଶୀର୍ବାଦର ହାତ ରହିଛି । ତୁମକୁ ମହାପ୍ରଭୁ ଜଗନ୍ନାଥ ଭଲ କରିଦେବେ,ସୁସ୍ଥ କରିଦେବେ ଆଉ ତୁମେ ଓଡ଼ିଶା ଆସିବା ପରେ ପୁଣି ଥରେ ଅଭିନୟ ଦୁନିଆକୁ ଫେରିବ ।

ଦର୍ଶକ ବନ୍ଧୁ ପିଣ୍ଟୁ ନନ୍ଦ ଆଜି ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରେ ତାଙ୍କର ଚିକିତ୍ସା ହେବ । ଗଲା ବେଳେ ପିଣ୍ଟୁ ନନ୍ଦ ଓଡ଼ିଶା ବାସୀଙ୍କୁ କହି ଯାଇଛନ୍ତି ଆପଣଙ୍କୁ ସବୁବେଳେ ମନୋରଞ୍ଜନ କରୁଥିବା ଆପଣଙ୍କ ପିଣ୍ଟୁ କୁ ଆପଣ ନିରାଶ କରିବେନି । ମୁଁ ଦିଲ୍ଲୀ ଯାଉଛି ହେଲେ ମୋ ପାଖରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ସମ୍ପୂର୍ଣ୍ଣ ଟଙ୍କା ନାହିଁ । ମୁଁ ଦିଲ୍ଲୀ ଯାଉଛି ସତ ହେଲେ ତାହା କେବଳ ଆପଣ ମାନଙ୍କ ଭରଷାରେ । ମୋର ବିଶ୍ୱାସ ଅଛି ଆପଣ ମତେ ନିହାତି ଭାବେ ସାହାଯ୍ୟ କରିବେ । ତେବେ କେବଳ ଏତିକି ନୁହେଁ ଏତେ ଅସୁସ୍ଥ ଭିତରେ ମଧ୍ୟ ପିଣ୍ଟୁ ନନ୍ଦ କାଲି ଗଣମାଧ୍ୟମକୁ କହିଛନ୍ତି । ମୋ ଭିତରେ ଏବେ ଦୃଢ଼ ମନବଳ ଅଛି । ଓଡ଼ିଶା ବାସୀ ମତେ ସେ ମନବଳ ଦେଇଛନ୍ତି । ମୁଁ ହାରିବିନି ମୁଁ ଲଢ଼ିବି ନୂଆ ଜୀବନ ଫେରି ପାଇବି । ଆଗରୁ ମୁଁ ଭାଙ୍ଗି ପଡ଼ିଥିଲି କଣ ହେବ କଣ ନାଇଁ ଭାବି ଚିନ୍ତା କରୁଥିଲି ହେଲେ ମୋ ପ୍ରତି ଏତେ ଭଲ ପାଇବା ସମସ୍ତଙ୍କର ଦେଖି ମୁଁ ଜାଣି ସାରିଲିଣି ଭଗବାନ ମୋ ସହ କିଛି ଖରାପ ହେବାକୁ ଦେବେନି ।
ହେଲେ ମୁଁ ଦିଲ୍ଲୀ ଯାଉଛି ଆପଣ ମାନଙ୍କୁ କହି ଯାଉଛି ଯଥା ସମ୍ଭବ ମତେ ଟିକେ ସାହାଯ୍ୟ କରିବେ । ଆପଣଙ୍କ ସେହି ସାହାଯ୍ୟ ମୋ ଜୀବନ ବଞ୍ଚାଇବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp