ମାହିଙ୍କର ଆଣ୍ଠୁରେ ପ୍ରବଳ ଯନ୍ତ୍ରଣା |
ଆଣ୍ଠୁରେ ପ୍ରବଳ ଯନ୍ତ୍ରଣା, ତଥାପି ପଟି ବାନ୍ଧି ଫାଇନାଲ ଦିନ ମଇଦାନକୁ ଓହ୍ଲାଇଥିଲେ ମାହି । ଛାଡିନଥିଲେ ଟିମ୍ର ହାତ । ଭାଇରଲ ହେଉଥିବା ଭିଡିଓ ଦେଖିଲେ ଆପଣ ଅନୁମାନ କରିପାରିବେ ।ଆଇପିଏଲ୍ ୨୦୨୩ ଫାଇନାଲ ଟ୍ରଫି ଚେନ୍ନାଇ ସୁପରକିଙ୍ଗସ ଜିତିସାରିଛି । ଧୋନିଙ୍କ ନେତୃତ୍ୱରେ ଟିମ୍ ଭଲ ପ୍ରଦର୍ଶନ କରି ୫ମ ଥର ଟାଇଟଲ ହାସଲ କରିଛି । ହେଲେ ଏହି ସିଜନରେ ଧୋନି ଯନ୍ତ୍ରଣାରେ ଥାଇ ମଧ୍ୟ ଟିମକୁ ଛାଡିନଥିଲେ । କଷ୍ଟରେ ଥାଇ ମଧ୍ୟ ଫାଇନାଲ ଖେଳିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓ @balltamperrer ଆକାଉଣ୍ଟରେ ସେୟାର କରାଯାଇଛି । ଏହି ଭିଡିଓରେ ଧୋନୀ ଫାଇନାଲ ମ୍ୟାଚରେ ବ୍ୟାଟିଂ କରିବା ପୂର୍ବରୁ ଡ୍ରେସିଂ ରୁମରେ ବସି ନିଜ ଆଣ୍ଠୁରେ ପଟି ବାନ୍ଧୁଥିବାର ନଜର ଆସିଛନ୍ତି । ଆଉ ଏହାକୁ ଦେଖିବା ପରେ ଫ୍ୟାନ୍ସ ଭାବବିହ୍ଵଳ ହୋଇପଡିଛନ୍ତି ।
ଧୋନି କଷ୍ଟରେ ଥାଇ ମଧ୍ୟ ଏହି ମ୍ୟାଚରେ ଖେଳିବାକୁ ଆସିଥିଲେ । ହେଲେ ବିନା କିଛି ରନ୍ ନ କରି ମୋହିତ ଶର୍ମାଙ୍କ ବଲରେ ଆଉଟ୍ ହୋଇଥିଲେ । କଷ୍ଟରେ ଥାଇ ମଧ୍ୟ ହସହସ ମୁହଁରେ ପଡିଆକୁ ଓହ୍ଲାଇଥିଲେ । ଟିମର ସାଥିରେ ରହିଥିଲେ ।୧୬ତମ ସିଜିନର ବିଜେତା ହୋଇଛି ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗସ । ଗୁଜରାଟକୁ ହରାଇ ୫ମ ଥର ଚାମ୍ପିଅନ ହୋଇଛି ସିଏସକେ । ଫାଇନାଲ ମ୍ୟାଚ୍ ଜିତିବା ପରେ ଧୋନି ଭାବବିହ୍ଵଳ ହୋଇଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।