ମାର୍କେଟ କୁ ଆସିଲା ଫୋନ ପେ ର ପିନ କୋଡ଼ ସପିଙ୍ଗ ଆପ
ଡିଜିଟାଲ ପେମେଣ୍ଟ କମ୍ପାନୀ ଫୋନ ପେ ମଙ୍ଗଳବାର ଦିନ ଗ୍ରାହକଙ୍କୁ ଦେଇଛି ଏକ ବଡ ଉପହାର । କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ନୂଆ ଆପ ଲଞ୍ଚ କରିଛି । ଯାହାର ନାମ ରହିଛି ପିନ କୋଡ଼ ସପିଙ୍ଗ ଆପ । ସରକାରଙ୍କ ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ ବାଣିଜ୍ୟ ବା ONDC ପ୍ଲାଟଫର୍ମରେ ନିର୍ମିତ ପିନକୋଡ୍ ଆପ୍ ଲୋକଙ୍କ ଅନେକ ସମସ୍ୟା ସମାଧାନ ହୋଇପାରିବ। ଫୋନ ପେ ର ସିଇଓ ସମୀର ନିଗମ କହିଛନ୍ତି ଯେ ପିନକୋଡ୍ ଆପ୍ ପ୍ରଥମେ ବେଙ୍ଗାଲୁରୁରେ ଉପଲବ୍ଧ ହେବ ଏବଂ ଏହି ଆପ୍ ଦିନକୁ ପ୍ରାୟ ୧୦ ହଜାର କାରବାର ହାସଲ କରିବା ପରେ ଅନ୍ୟ ସହରକୁ ବିସ୍ତାର କରାଯିବ। ଲୋକଙ୍କ କାମ କୁ ଆହୁରି ସହଜ କରିଦେବା ପାଇଁ କମ୍ପାନୀ ତରଫରୁ ଏହି ଆପ କୁ ବାହାର କରାଯାଇଛି।
ଆସନ୍ତୁ ଜାଣିବା କଣ ମିଳିବ ସୁବିଧା :
ପିନ କୋଡ଼ ହେଉଛି ଏକ ସପିଙ୍ଗ ଆପ୍, ଯାହା ହାଇପରଲୋକାଲ୍ ବାଣିଜ୍ୟ ଉପରେ ଧ୍ୟାନ ଦେବ। ଗୁଗଲ୍ ପ୍ଲେ ଏବଂ ଆପ ଷ୍ଟୋର୍ରେ ଏହା ଉପଲବ୍ଧ ରହିବ ।ଗ୍ରୋସରୀ, ଖାଦ୍ୟ, ଫାର୍ମା, ଇଲେକ୍ଟ୍ରୋନିକ୍ସ, ଘର ସାଜସଜ୍ଜା ଏବଂ ଫ୍ୟାସନ୍ ସମେତ ୬ଟି ପ୍ରମୁଖ ବର୍ଗରେ ପିନ କୋଡ଼ ଲଞ୍ଚ ହେବ ବୋଲି ସୂଚନା ମିଳିଛି । ବେଙ୍ଗାଲୁରୁରୁ ଏହା ଆରମ୍ଭ ହୋଇ ଦେଶର ସମସ୍ତ ରାଜ୍ୟ କୁ ବିସ୍ତାରିତ କରାଯିବ। ଗ୍ରାହକମାନେ କ୍ୟାଟେଗୋରି କୁ ଚୁଜ କରି ଏହାର ସର୍ଚ୍ଚ କରିପାରିବେ । ଷ୍ଟୋରଗୁଡିକ ପାଇବା ପରେ ପ୍ରତି ଷ୍ଟୋରରେ ଗୋଟିଏ କାର୍ଟ ସହିତ ଏକାଧିକ କାର୍ଟ ମଧ୍ୟ ସିଲେକ୍ଟ କରି ରଖିପାରିବେ। ଗ୍ରାହକ ମାନେ ଏକାଧିକ କାର୍ଟ ରଖିପାରିବେ। ଡିସେମ୍ବର ସୁଦ୍ଧା ଆପରେ ଦିନକୁ ଏକ ଲକ୍ଷ ଅର୍ଡର ପାଇବାକୁ ଲକ୍ଷ୍ୟ ରଖାଯାଇଛି । ଫୋନ ପେ ପ୍ରଥମ ଥର ପାଇଁ ONDC ପାଇଁ ଏକ ଆପ୍ ବାହାର କରିଛି।