ମାରୁଥିଲି ମୁଣ୍ଡକୁ ବାଜିଗଲା ଛାତିରେ ।
ମୁଁହ ଖୋଲୁଛି, ଗୋଟିଏ ପରେ ଗୋଟିଏ ବିସ୍ପୋରକ ତଥ୍ୟ ଓଗାଲୁଛି । ଗୋପାଳ କହୁଛି ସେ କୁଆଡେ ଛାତିକୁ ନୁହେଁ ମୁଣ୍ଡକୁ ମାରୁଥିଲା ଗୁଳି । ହେଲେ ଭିଡ ଭିତରେ ଲକ୍ଷ ଭେଦ କରି ପାରୁନଥିଲା । ସେପଟେ ଗୋପାଳ କୁଆଡେ ଭାବି ନଥିଲା ନବ ଦାସ୍ ତାର ଗୋଟିଏ ଗୁଳିରେ ଟଳି ପଡ଼ିବେ ବୋଲି । ଗୋପାଳ ମନରେ ଭୟ ଥିଲା କାଳେ ନବ ଦାସ୍ ବଞ୍ଚି ଯିବେନି ତ। ଆଉ ଯଦି ନବ ଦାସ ବଞ୍ଚି ଥାନ୍ତେ ତେବେ ଗୋପାଲର କହିବା ଅନୁଯାୟୀ ସେ ଆଉ ତା ଜୀବନ ପାଇ ନଥାନ୍ତା । ସେଥିପାଇଁ ଗୋପାଳ ଆଉ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲା ହେଲେ ସେ ଗୁଳି କୁଆଡେ ଗଲା ସେ କଥା ଗୋପାଳ ବି ଜାଣିନି। କିନ୍ତୁ ଆଉ ଦୁଇ ରାଉଣ୍ଡ ଗୁଳି କଲା ବେଳେ ଗୋପାଳ କୁ ସେଠାରେ ଥିବା ସୁରକ୍ଷା କର୍ମୀ ମାନେ ଧରି ନେଇଥିଲେ । ଗୋପାଳ ଭାବି ନଥିଲା ସେ ଆଉ ବଞ୍ଚିବ ବୋଲି । ନବ ଦାସଙ୍କ ସମ୍ପର୍ଥକ ଓ ସୁରକ୍ଷା କର୍ମୀ ଗୋପାଳକୁ ସେହି ଠାରେ ହିଁ ମାରିଦେବେ ବୋଲି ଗୋପାଳ ମନେ ମନେ ଭାବି ସାରିଥିଲା । ଆଉ ସେଥିପାଇଁ କୁଆଡେ ଗୋପାଳ ଦୁଇ ହାତ ଟେକି ଦେଇଥିଲା । ଦୁଇ ହାତ ଟେକି ଗୋପାଳ ଚାହିଥିଲା ତାର ମୃତ୍ୟୁକୁ, ମାତ୍ର ଗୋପାଳ ଯାହା ଭାବିଥିଲା ସେମିତି କିଛି ଘଟିଲା ନାହିଁ । ଆଉ ଏହା ପରେ ଗୋପାଳ ମନରେ ଡର ଥିଲା ନବ ଦାସ ମରିଗଲେ ନା ଜୀବିତ ରହିଲେ। ସେଥିପାଇଁ ଗୋପାଳ ଭାରି ଚିନ୍ତାରେ ବି କୁଆଡେ ରହୁଥିଲା । ଆଉ ଅନେକ ସମୟ ପରେ ଗୋପାଳ ଯେତେବେଳେ ଜାଣିଲା ନବ ଦାସଙ୍କ ମୃତ୍ୟୁ ଘଟିଛି । ସେତେବେଳେ ଗୋପାଳ ମନରେ ଖେଳି ଯାଇଥିଲା ଖୁସିର ଲହରୀ । ଗୋପାଳକୁ ନବ ଦାସଙ୍କ ମୃତ୍ୟୁ ଭାରି ଖୁସି କରାଇ ଦେଇଥିଲା ।
ହଁ ଦର୍ଶକ ବନ୍ଧୁ ଏପରି କିଛି ବିଷ୍ପୋରକ ବୟାନ କୁଆଡେ ଗୋପାଳ ଦାସ ଦେଇଛି କ୍ରାଇମବ୍ରାଞ୍ଚକୁ । ଏବେ ଗୋପାଳ ର ଏହି ବୟାନକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ହେଉଛି । ହେଲେ ଏହା କେତେ ସତ ଆଉ କେତେ ମିଛ ତାହା କେବଳ କ୍ରାଇମବ୍ରାଞ୍ଚ୍ ଅଧିକାରୀ ହିଁ ଜାଣିଥିବେ ।