ମାନସିକ ରୋଗରେ ପୀଡ଼ିତ ଗୋପାଳ ଦାସ :ଗୃହ ରାଷ୍ଟ୍ରମନ୍ତ୍ରୀ
ମାନସିକ ରୋଗରେ ପୀଡ଼ିତ ଥିଲା ଗୋପାଳ ଦାସ ଯିଏକି ନବ ଦାସଙ୍କ ହତ୍ୟାକାରୀ । ବାଇପୋଲାର ଡିସ୍ଅର୍ଡରରେ ପୀଡ଼ିତ ଥିବାରୁ ଏଥିପାଇଁ ଚିକିତ୍ସିତ ମଧ୍ୟ ହୋଇଥିଲା। ପ୍ରଥମେ ୬୦ ଦିନ ଓ ପରେ ୧୧୯ ଦିନ ବାଇପୋଲାର ଡିସଅର୍ଡର ପାଇଁ ଚିକିତ୍ସିତ ହୋଇଥିଲା। ଗୋପାଳ ଦାସର ମାନସିକ ରୋଗ ସଂପର୍କୀତ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏହା କହିଛନ୍ତି।
ଗୋପାଳ ଚାକିରି କାଳରେ ୨୦୧୪ ଫେବୃଆରୀ ୩ତାରିଖରୁ ଏପ୍ରିଲ ୩ତାରିଖ ୬୦ ଦିନ ଛୁଟିରେ ରହିଥିଲେ। ଏହାକୁ ସେ ନିଜର ମାନସିକ ରୋଗ ଦର୍ଶାଇବା ସହ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେବାର କାଗଜପତ୍ର ଦାଖଲ କରିଥିଲେ। ସେ ଦାଖଲ କରିଥିବା ଡାକ୍ତରୀ କାଗଜପତ୍ର ଓ ସୁସ୍ଥତା ପ୍ରମାଣପତ୍ର ଆଧାରରେ ତାଙ୍କ ଇଏଲ୍ ନିୟମିତ କରାଯିବା ସହ କାର୍ଯ୍ୟରେ ଯୋଗ ଦେବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା।