ମହିଳାମାନେ ପରିସ୍ରା ରୋକୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ୟୁରିନ କିମ୍ବା ପରିଶ୍ରା କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥା ବାବଦରେ ସୂଚନା ଦେଇଥାଏ । କିଛି କିଛି ମେଡିକାଲ କଣ୍ଡିସନରେ ଡାକ୍ତର ମାନେ ୟୁରିନ ଟେଷ୍ଟ କରିବାକୁ ପରାମର୍ଶ ଦେଇଥାନ୍ତି । ୟୁରିନର ରଙ୍ଗ, ତାର ଗାଢ଼ ପଣ ତଥା ଫେଣରୁ ସ୍ୱାସ୍ଥ୍ୟ ବାବଦରେ ସୂଚନା ମିଳିଥାଏ ।ଡାକ୍ତରମାନେ କହିଛନ୍ତି କି ଯେଉଁ ମହିଳାମାନେ ଭୁଲ ତରିକାରେ ପରିଶ୍ରା କରିଥାନ୍ତି ସେମାନଙ୍କୁ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ପ୍ରତ୍ୟକ ମହିଳାମାନେ ପରିଶ୍ରା ଯିବା ସମୟରେ କିଛି ନିୟମ ଧ୍ୟାନ ଦେବା ଉଚିତ । ଯାହା ଦ୍ୱାରା ଆଗକୁ ଯାଇ କୌଣସି ଅସୁବିଧାର ସଂମୁଖୀନ ହେବାକୁ ପଡିବ ନାହିଁ । ଶରୀର ସୁସ୍ଥ ରହିବ । ରୋଗ ହେବ ନାହିଁ ।

ଭଲ ଜିନିଷ ଖାଆନ୍ତୁ:

ଡାକ୍ତରଙ୍କ କହିବା ଅନୁଯାୟୀ ମୂତ୍ରାଶୟର ପୋଡାଜଳାରୁ ରକ୍ଷା ପାଇବା ପାଇଁ ଏମିତି ଖାଦ୍ୟ ଖାଆନ୍ତୁ ଯାହାଦ୍ୱାରା ପୋଡାଜଳା ହେବ ନାହିଁ । କଫି, କାର୍ବୋହାଇଡ୍ରେଟ ଡ୍ରିଙ୍କ, ଆର୍ଟିଫିସିଆଲ ସ୍ଵିଟନର, ମଦ ଆଦି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଆଦୌ ବି ଠିକ ନୁହେଁ । ଏହା ଦ୍ୱାରା ଜ୍ଵଳାପୋଡ଼ା ବି ହୋଇପାରେ । ଏହି ଖାଦ୍ୟ ଗୁଡିକୁ ବାଲାନ୍ସ କରି ଖାଆନ୍ତୁ । ଆଉ ଏହା ସହ ପ୍ରଚୁର ପାଣି ପିଅନ୍ତୁ ।

ପରିଶ୍ରା ରୋକନ୍ତୁ ନାହିଁ:

ଜଣେ ମହିଳା ସାଧାରଣତଃ ଦିନକୁ ଚାରି ରୁ ସାତ ଥର ପରିଶ୍ରା କରିବାକୁ ଯାଇଥାନ୍ତି । ଯଦି ଜଣଙ୍କୁ ପରିଶ୍ରା ଲାଗୁଥାଏ କିନ୍ତୁ ସେ ଜୋର ଜବରଦସ୍ତ ରୋକିଦିଅନ୍ତି । ଯଦି ଏହି ସ୍ଥିତି ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରୁହେ ତେବେ ଆପଣଙ୍କ ମସ୍ତିସ୍କ ବି ସିଗ୍ନାଲ ଦେବା ବନ୍ଦ କରିଦେବ ।

ସଠିକ ସ୍ଥିତି ଓ ସମୟ:

ପରିଶ୍ରା କରିବା ସମୟରେ ତରବର ହୁଅନ୍ତୁ ନାହିଁ । ସଠିକ ସ୍ଥିତିରେ ବସାନ୍ତୁ । ପୁରା 1 ମିନିଟ ଯାଏଁ ସମୟ ଦିଅନ୍ତୁ । ଅନେକ ମହିଳା କଣ କରନ୍ତିନା ପରିଶ୍ରା ଥଳି ଖାଲି କରିବାକୁ ଜମା ବି ସମୟ ନିଅନ୍ତି ନାହିଁ । ଏମିତି କରିବା ଦ୍ୱାରା ବ୍ଲେଡର ଭିତରେ ଭର୍ତି ହୋଇଥିବା ୟୁରିନ ଜୋରରେ ପ୍ରେସର କାରଣରୁ ଆଖପାଖର ମସଲସ ଉପରେ ପ୍ରେସର ପକେଇବ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp