ମହାଶିବରାତ୍ରୀରେ କରନ୍ତୁ ଏହି କାର୍ଯ୍ୟ ।

ମହାଶିବରାତ୍ରି ବା ଜାଗରକୁ ପ୍ରତ୍ୟକ ହିନ୍ଦୁ ଚାତକ ଭଳି ଚାହିଁ ରହିଥାନ୍ତି । କାରଣ ମହା ଶିବରାତ୍ରୀ ହେଉଛି ଏକ ପବିତ୍ର ଦିନ । ବିଶ୍ୱାସ କରାଯାଏ ଏହି ଦିନ ଦେବ ଦେବ ମହାଦେବଙ୍କୁ ପୂଜା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସମସ୍ତେ ଜାଣିଛନ୍ତି ଭଗବାନ ଶିବଙ୍କୁ ଭୋଲେନାଥ କୁହାଯାଏ, କିନ୍ତୁ ଶିବ ଯେତେ ନିରୀହ ଏବଂ ସହଜରେ ସନ୍ତୁଷ୍ଟ, ତାଙ୍କ କ୍ରୋଧ ମଧ୍ୟ ସମାନ ଭାବରେ ବିନାଶକାରୀ ।

ପୌରାଣିକ କଥା ଅନୁଯାୟୀ ଯିଏ ବର୍ଷସାରା କୌଣସି ଉପବାସ ପାଳନ କରେ ନାହିଁ ଏବଂ କେବଳ ମହାଶିବରାତ୍ରୀରେ ଉପବାସ କରେ,ସେ ବର୍ଷସାରାର ପୁଣ୍ୟ ପାଇଥାଏ । ଶିବରାତ୍ରୀରେ ଚାରୋଟି ପୂଜା ଅତ୍ୟନ୍ତ ଫଳପ୍ରଦ । ସମସ୍ତ ପ୍ରକାରର ଇଚ୍ଛା ଶିବରାତ୍ରୀରେ 4 ଟି ପୂଜାପାଠ କରିବା ଦ୍ଵାରା ପୂରଣ ହୁଏ |
ଶିବ ରାତ୍ରୀ ଦିନ ଯିଏ ଆଦୌ ମିଛ କୁହନ୍ତି ନାହିଁ ତାଙ୍କ ଉପରେ ମହାଦେବ ପ୍ରସନ୍ନ ହୋଇଥାନ୍ତି । ଶିବ ରାତ୍ରୀ ଦିନ ଗରିବ ଲୋକଙ୍କୁ ଖାଇବାକୁ ଦେଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏବଂ ଏହା ସହିତ ଘରେ ଖାଦ୍ୟର ଅଭାବ କେବେ ହେଲେ ମଧ୍ୟ ହୋଇନଥାଏ । ପିତୃପୁରୁଷଙ୍କ ଆତ୍ମା ​​ମଧ୍ୟ ଏହା ଦ୍ବାରା ଶାନ୍ତି ପାଇଥାଏ | ତେବେ ଶିବ ରାତ୍ରି ଦିନ ଭଗବାନ ଶିବଙ୍କୁ ଭକ୍ତିସହକାରେ ଯିଏ ପୂଜା କରେ ଭଗବାନ ଶିବ ତାର ସମସ୍ତ ଦୁଃଖ ଦୂର କରିଥାନ୍ତି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp