ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶରଧାବାଲିରେ ସାଧୁ ସନ୍ଥଙ୍କ ଭିଡ଼ |
ପୁରୀର ପବିତ୍ର ଶରଧାବାଲିରେ ଏବେ ସାଧୁ ସନ୍ଥଙ୍କ ଭିଡ଼ ଦେହିବାକୁ ମିଳିଛି । ଭାରତବର୍ଷର କାହିଁ କେଉଁ ସ୍ଥାନରୁ ମହାପ୍ରଭୁଙ୍କ ପାଇଁ ଦଉଡ଼ି ଆସିଛନ୍ତି ଭକ୍ତ । ଗୁଣ୍ଡିଚା ମନ୍ଦିର ନାକଚଣାଦ୍ୱାର ନିକଟରେ ପ୍ରତିବର୍ଷ ବାବା ଓ ଭକ୍ତ ମାନଙ୍କର ଏଭଳି ଭିଡ ଦେଖିବାକୁ ମିଳେ।ଭକ୍ତ ମାନଙ୍କ ଭଳି ସହିଭଳି ବାବା ମାନେ ସାଧାରଣତଃ ରଥଯାତ୍ରା ପୂର୍ବ ଦିନ ହିଁ ଏହି ବାବା ମାନେ ଏକତ୍ରିତ ହୁଅନ୍ତି। ପୁରୀର ପବିତ୍ର ଶରଧାବାଲି ଏବେ ବାବା ମୟ। ଭାରତବର୍ଷର କାହିଁ କେଉଁ ସ୍ଥାନରୁ ମହାପ୍ରଭୁଙ୍କ ପାଇଁ ଦଉଡ଼ି ଆସିଛନ୍ତି ବାବା । ଗୁଣ୍ଡିଚା ମନ୍ଦିର ନାକଚଣାଦ୍ୱାର ନିକଟରେ ପ୍ରତିବର୍ଷ ବାବା ମାନଙ୍କର ଏଭଳି ଭିଡ ଦେଖିବାକୁ ମିଳେ।ସାଧାରଣତଃ ରଥଯାତ୍ରା ପୂର୍ବ ଦିନ ହିଁ ଏହି ବାବା ମାନେ ଏକତ୍ରିତ ହୁଅନ୍ତି । କିଏ ପ୍ରଭୁଙ୍କ ନାମ ଜପୁଥାଏ ତ ଆଉ କିଏ ଅଖଣ୍ଡ ଧ୍ୱନି ଜାଳୁଥାଏ।
ଆଉ କେଉଁଠି ସଙ୍କୀର୍ତ୍ତନ ତ ଆଉ କେଉଁଠି ପାରାୟଣ ଚାଲିଥାଏ । ବିଭିନ୍ନ ଧର୍ମ ,ସମ୍ପ୍ରଦାୟର ଲୋକେ ମହାପ୍ରଭୁଙ୍କ ପ୍ରତି ଆକର୍ଷିତ ହୋଇ ଶ୍ରୀକ୍ଷେତ୍ର ଆସିଥାନ୍ତି। ଭାରତବର୍ଷର ବିଭିନ୍ନ ସ୍ଥାନରୁ ବହୁ ମହାନ୍ ତପସ୍ୱୀ,ମହିୟସୀ ,ବିଦ୍ୱାନ ସାଧୁ ,ସନ୍ଥ ପୁରୀ ଆସି ରଥଯାତ୍ରାରେ ମହାପ୍ରଭୁଙ୍କ ସେବା କରିବା ସହ ତାଙ୍କ ନାମ ପ୍ରଚାର କରିଥାନ୍ତି ।ଆଉ ରଥଯାତ୍ରାକୁ ସବୁ ସାଧୁ ,ସନ୍ଥ ଅପେକ୍ଷା କରିଥାନ୍ତି। ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲି ସେମାନଙ୍କ ଆଶ୍ରା ପାଲଟିଥାଏ। ତାଙ୍କର ଏକମାତ୍ର ଉଦ୍ଦେଶ୍ଯ ଥାଏ ଯେ ପ୍ରଭୁଙ୍କ ଦର୍ଶନ କରି ତାଙ୍କ ସାନିଧ୍ୟ ଲାଭ କରିବା।