ମହାଠକ ସୁକେଶଙ୍କ ପାଇଁ ବଢିଲା ଅଡୁଆ |

୨୦୦ କୋଟି ଟଙ୍କା ଠକେଇ, ବଲିଉଡ ଅଭିନେତ୍ରୀଙ୍କ ସହ ପ୍ରେମକୁ ନେଇ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ପାଇଁ ପୁଣି ଅଡୁଆ ବଢିଛି । ଏକ ନୂଆ ମାମଲାରେ ସୁକେଶକୁ ତିହାଡ ଜେଲରୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ସୁକେଶଙ୍କୁ ଇଡି ପଟିଆଲା ହାଉସ କୋର୍ଟରେ ହାଜର କରିବା ପରେ କୋର୍ଟଙ୍କ ଅନୁମତି କ୍ରମେ ତାକୁ ୯ ଦିନିଆ ରିମାଣ୍ଡରେ ନେଇଛି ।

ସୂଚନା ମୁତାବକ ରେଲିଗେୟର ଏଣ୍ଟରପ୍ରାଇଜେସ ଲିମିଟେଡର ପୂର୍ବ ପ୍ରମୋଟର ମଲବିନ୍ଦର ସିଂଙ୍କ ପତ୍ନୀଙ୍କ ଠାରୁ ସୁକେଶ ୩.୫କୋଟି ଟଙ୍କା ନେଇଥିବା ଅଭିଯୋଗ ଆଣିଛନ୍ତି ମଲବିନ୍ଦରଙ୍କ ପତ୍ନୀ। ଏନେଇ ପଟିଆଲା ହାଉସକୋର୍ଟ ଅଭିଯୋଗକାରୀଙ୍କ ଦଲିଲ ଶୁଣିବା ପରେ ସୁକେଶକୁ ୯ଦିନିଆ ଇଡି ହେପାଜତକୁ ପଠାଇ ଦିଆଯାଇଛି । ଏହାସହ କୋର୍ଟ ତରଫରୁ କୁହାଯାଇଛି କି, ସୁକେଶ ପ୍ରତିଦିନ ୧୫ ମିନିଟ ପାଇଁ ନିଜ ଓକିଲଙ୍କୁ ଭେଟିପାରିବେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp