ମହାଙ୍ଗା ପଡିଲା ମମତାଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ,କଂଗ୍ରେସ ନେତା ଆଡଭୋକେଟ କୌତ୍ସବ ବାଗଚି ଗିରଫ |

ଘରୋଇ ଟିଭି ସୋ’ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। ମମତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ନେତା ତ‌ଥା ଆଡଭୋକେଟ କୌତ୍ସବ ବାଗଚି ଗିରଫ ହୋଇଛନ୍ତି। କୌତ୍ସଭଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କୋଲକାତାର ବୁରତୋଲା ପୁଲିସ ଷ୍ଟେସନ୍‌ରେ ଏକ ଅଭିଯୋଗ ହୋଇଥିଲା। କୌତ୍ସବ ଦୀର୍ଘଦିନ ଧରି ମମତାଙ୍କ ବିରୋଧରେ ରାଜନୈତିକ ମନ୍ତବ୍ୟ ରଖିଆସୁଛନ୍ତି।

ଯାହା ଅନେକ‌ଥର ବିବାଦ ମଧ୍ୟ ସୃଷ୍ଟି କରିଛି। ଅଭିଯୋଗକୁ ଆଧାର କରି ପୁଲିସ ଏକ ଏତଲା ମଧ୍ୟ ରୁଜୁ କରିଛି। ବୁରତୋଲା ପୁଲିସ ଅଧିକାରୀ ପହଞ୍ଚି ବାରାକପୁରରେ ରହୁଥିବା କୌତ୍ସବଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ପୂର୍ବରୁ ତାଙ୍କୁ ଦୀର୍ଘ ସମୟ ଧରୀ ଜେରା କରାଯାଇଥିଲା।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp