ମହର୍ଷି କଲେଜରେ ଛାତ୍ରୀଙ୍କୁ କାମେଣ୍ଟମରା କୁ କେନ୍ଦ୍ରକରି ଦୁଇ ଛାତ୍ରଗୋଷ୍ଠି ମଧ୍ୟରେ ସଂଘର୍ଷ

ମହର୍ଷି କଲେଜ ରେ ଅଣଛାତ୍ରଙ୍କ ତୁମୁଳକାଣ୍ଡ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣ କରିଥିବା ୧୦ ରୁ ଉର୍ଦ୍ଧ୍ବ ଯୁବକ ଝାରପଡା ଅଞ୍ଚଳର ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ଜଣେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।। ଗୁରୁତର ଅବସ୍ଥାରେ ଜଣେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ସୂଚନା ମୁତାବକ ଝାରପଡାର ଦୁଇ ଜଣ ଯୁବକ ଦୁଇ ଦିନ ତଳେ କଲେଜ କ୍ୟାମ୍ପସକୁ ଆସି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ପିଲାମାନେ ଏହାର ବିରୋଧ କରିଥିଲେ। ପ୍ରିନ୍ସିପାଲଙ୍କ ନିକଟରେ ଅଣ୍ଡରଟେକିଂ ଲେଖିବା ପରେ ସେମାନଙ୍କୁ ଛଡ଼ାଯାଇଥିଲା ।

ସେହି ରାଗ ସୁଝାଇବା ପାଇଁ ଆଜି ୧୦ ରୁ ଉର୍ଦ୍ଧ୍ବ ଯୁବକ କଲେଜ କ୍ୟାମ୍ପସ ରେ ପହଞ୍ଚିଥିଲେ । କିଛି କହିବା ପୂର୍ବରୁ ବ୍ୟାଟ, ଲୁହାରଡ଼, ହକି ଷ୍ଟିକ ରେ ମାଡ଼ ମାରି ୫ ଜଣଙ୍କୁ ଲହୁଲୁହାଣ କରିଦେଇଥିଲେ। ଜଣେ ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେପଟେ ପୋଲିସ ଘଟଣାସ୍ଥଳରେ ପହଁଚି ସିସିଟିଭି ଯାଞ୍ଚ କରିବା ସହ ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିଛି। ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଣଛାତ୍ରଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ।ମହର୍ଷି କଲେଜରେ ଛାତ୍ରଙ୍କୁ ଆକ୍ରମଣ। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଭୁବନେଶ୍ୱର ମହର୍ଷି କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତା ଓ ଫର୍ମପୂରଣ ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ପୋଲିସ କଲେଜରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp