ମଦଲ ବିରୁପାକ୍ଷପ୍ପାଙ୍କ ଘରୁ ମିଳିଲା ବିଡା ବିଡା ନୋଟ୍ |
ବିଜେପି ବିଧାୟକଙ୍କ ଘରେ ଟଙ୍କାର ପାହାଡ଼ । କର୍ଣ୍ଣାଟକର ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିଥିଲା ଲୋକାୟୁକ୍ତ ଦୁର୍ନୀତି ନିବାରଣ ଶାଖା । ଚଢାଉ ସମୟରେ ନଗଦ ୮ କୋଟି ଟଙ୍କା ଜବତ ହୋଇଛି । ଘଟଣା ପରେ ବିଧାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବସବରାଜ ବିମୋଇ ଘୋଷଣା କରିଛନ୍ତି ।