ଭୟଙ୍କର ଅଗ୍ନିକାଣ୍ଡ ଭୋପାଳ ସତପୁରା ଭବନରେ |
ଭୟଙ୍କର ଅଗ୍ନିକାଣ୍ଡ ଭୋପାଳ ସତପୁରା ଭବନରେ |ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ ସତପୁରା ସରକାରୀ ଭବନରେ ଭୟଙ୍କର ଅଗ୍ନିକାଣ୍ଡ । ଦୀର୍ଘ ୧୪ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଛି । ୫୦ ଦମକଳ ଗାଡ଼ି, ୩୦୦୦ ପାଣି ଟାଙ୍କି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ବି ନିଆଁ ନିୟନ୍ତ୍ରଣକୁ ଆସି ପାରି ନ ଥିଲା ।ମଧ୍ୟପ୍ରଦେଶ ରାଜଧାନୀ ଭୋପାଳସ୍ଥିତ ସତପୁରା ସରକାରୀ ଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।
ଦୀର୍ଘ ୧୪ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଭୟଙ୍କର ନିଆଁକୁ ଏହାକୁ ନିୟନ୍ତ୍ରଣ କରିବାରେ ଅଗ୍ନିଶମ ବିଭାଗ ଫେଲ୍ ମାରିବାରୁ ସିଆଇଏସଏଫ, ସେନା ଓ ଏୟାରଫୋର୍ସର ସହାୟତା ନିଆଯାଇଥିଲା। ଏଥିରେ କେହି ମୃତାହତ ହୋଇ ନ ଥିଲେ ବି ବହୁ ସରକାରୀ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ଜଣାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଲିଡିଂ ଭିତରୁ ଧୂଆଁ ବାହାରୁଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।