ଭୁବନେଶ୍ୱରରେ ବନ୍ଦ ଘରୁ ଉଦ୍ଧାର ହେଲା ବୃଦ୍ଧାଙ୍କ ମୃତଦେହ

ରାଜଧାନୀ ଭୁବନେଶ୍ୱରରେ ବନ୍ଦ ଘରୁ ଉଦ୍ଧାର ହେଲା ବୃଦ୍ଧାଙ୍କ ମୃତଦେହ । ନୟାପଲ୍ଲୀ ଥାନା ସ୍ଥିତ ଏକ ଆପାର୍ଟମେଣ୍ଟରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧାଙ୍କ ନାଁ ରାଜଶ୍ରୀ ପରିଡା ଓ ବୟସ ପାଖାପାଖି ୭୫ ବର୍ଷ ଅନୁମାନ କରାଯାଉଛି | ତାଙ୍କୁ ହତ୍ୟା କରାଯାଇଛି ନା ସ୍ୱାଭାବିକ ମୃତ୍ୟୁ ତାହା ଜଣାପଡିନି।ବୃଦ୍ଧା ଜଣକ ତାଙ୍କ ପୁଅଙ୍କ ସହ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ଆଜି ସକାଳୁ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଖବର ଦେଇଥିଲେ ପଡୋଶୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ କରୁଛି |

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp