ଭୁବନେଶ୍ୱରରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସିଧା ଉଡ଼ିବ ଦୁବାଇକୁ ବିମାନ

ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇକୁ ସିଧା ଉଡିବ ଫ୍ଲାଇଟ । ସଂଧ୍ୟା ୬ଟା ୩୦ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ବିମାନ ଯାତ୍ରା ଆରମ୍ଭ କରି ରାତି ୯ଟା ୪୫ରେ ଦୁବାଇରେ ପହଞ୍ଚିବ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ଦୁବାଇ ଉଡ଼ାଣର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯିବା ଆସିବା ପାଇଁ ଟିକଟ ଦାମ ରହିଛି ୨୦ ହଜାର ଟଙ୍କା ରହିଛି | ଏହି ବିମାନ ଉଡାଣ କରିବାରେ ଓଡିଶା ପ୍ରଥମ ରାଜ୍ୟ । ଏହି ସେବା ଦ୍ୱାରା ଗଲ୍‌ଫ, ୟୁରୋପ ଓ ପାଶ୍ଚାତ୍ୟ ଦେଶମାନଙ୍କୁ ଓଡ଼ିଶାବାସୀଙ୍କୁ ଭ୍ରମଣର ସୁଯୋଗ ଆଣିଦେବ । ଏଥିସହ ସହ ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ବାଟ ଫିଟାଇବ। ଆଜିଠାରୁ ଏହି ଉଡ଼ାଣ ଆରମ୍ଭ ହେବ। ସୋମବାର, ବୁଧବାର, ଶୁକ୍ରବାର ଦୁବାଇକୁ ଏହି ଫ୍ଲାଇଟ ଉଡାନ କରିବ । ଓଡ଼ିଶାର ବିଭିନ୍ନ ବର୍ଗର ଲୋକେ ଏହିସେବା ପାଇପାରିବେ । ପ୍ରଥମ ଦିନରେ ୧୭୦ ଯାତ୍ରୀ ଦୁବାଇ ଯାତ୍ରା କରିବେ। ଏହାପରେ ଜୁନ୍‌ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp