ଭୀଷଣ ବାତ୍ୟାର ରୂପ ନେଲା |

ଚଳିତ ବର୍ଷ ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ବାତ୍ୟା ‘ବିପର୍ଯ୍ୟୟ’ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ‘ବିପର୍ଯ୍ୟୟ’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସିଛି। ‘ବିପର୍ଯ୍ୟୟ’ ଏବେ ଗୋଆ ଠାରୁ ୮୬୦ କିମି ଦୂର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି।ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି।

ଏହା ୧୩ ତାରିଖ ବେଳକୁ ପାକିସ୍ତାନର କରାଚିରେ ଲ୍ୟାଣ୍ଡଫଲ କରିପାରେ। ତେବେ ଏନେଇ ଆଇଏମଡି କୌଣସି ପୂର୍ବାନୁମାନ କରିନି।ବାତ୍ୟା ଭାରତର କୌଣସି ରାଜ୍ୟରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ନାହିଁ। ହେଲେ ଏହା ପ୍ରଭାବ ଗୋଆ, କେରଳ, କର୍ଣ୍ଣାଟକା, ଗୁଜରାଟ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ପଡ଼ିବ ବୋଲି ଅକାଳନ କରାଯାଇଛି। ଏଥିପାଇଁ ଏହି ସବୁ ରାଜ୍ୟଗୁଡ଼ିକ ଆଲର୍ଟରେ ରହିଛନ୍ତି

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp