ଭିଡିଓ ହେଉଛି ଭାଇରାଲ୍ଝ ଗଡା ଲାଗିଲେ ସାରା ଓ ରାକ୍ଷୀ |
IIFAରେ ସମାନ ରଙ୍ଗର ପୋଷାକରେ ନଜର ଆସିଲେ ଏହି ଦୁଇ ଅଭିନେତ୍ରୀ। ଏହି କାରଣରୁ ହଠାତ୍ ଲାଗିଗଲେ ଝଗଡା ! ଭିଡିଓ ହେଉଛି ଭାଇରାଲ୍।
ମନୋରଂଜନ |ସାରା ଅଲି ଖାନ୍ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜରା ହାଟକେ ଜାରା ବାଚକେ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସାରା ଅଲି ଖାନ୍ ଏବଂ ବିକି କୌଶଲ ସେମାନଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ଏସବୁ ମଧ୍ୟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ସେୟାର କରି ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ଫିଲ୍ମ ପ୍ରତି ଆଗ୍ରହ ବଢାଇବାକୁ ଚେଷ୍ଟା କରିଛନ୍ତି।
ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ, ଅଭିନେତ୍ରୀ ସାରା ଅଲି ଖାନ୍ ଟିଭିର ସବୁଠାରୁ ବଡ ‘ଡ୍ରାମା କୁଇନ୍’ ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ସହିତ ନଜର ଆସୁଛନ୍ତି । ଆଇଫା ଆୱାର୍ଡ ୨୦୨୩ ପାଇଁ ସେ ନିକଟରେ ଅବୁଧାବିରେ ପହଞ୍ଚିଥିଲେ। ଏଠାରେ ସାରା ତାଙ୍କ ଅପକମିଂ ସିନେମା ଜବରଦସ୍ତ ପ୍ରମୋସନ ବି କରିଥିଲେ।ତେବେ ସାରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯେଉଁ ମଜାଳିଆ ଭିଡିଓ ସେୟାର କରିଛନ୍ତି ସେଥିରେ ଦେଖିବାକୁ ମିଳୁଛି କି, ରାକ୍ଷୀ ସାୱନ୍ତ ଏବଂ ସାରା ଉଭୟ ଲାଲ ରଙ୍ଗର ସମାନ ପୋଷାକ ପିନ୍ଧିଛନ୍ତି। ଭିଡିଓରେ ସାରା ୱାସ ରୁମରୁ ବାହାରକୁ ଆସୁଥିବା ବେଳେ ହଠାତ୍ ରାକ୍ଷୀଙ୍କ ସହିତ ଧକ୍କା ହୋଇଯାଛନ୍ତି ଏବଂ ତାଙ୍କୁ ଦେଖି ଚମକି ପଡୁଛନ୍ତି । ଉଭୟ ସମାନ ରଙ୍ଗର ପୋଷାକ ପିନ୍ଧିଥିବା ହେତୁ ସାରା ରାକ୍ଷୀଙ୍କ ସହିତ ଝଗଡ଼ା ଲଗାଇ ରାଗି ଯାଇ କହୁଛନ୍ତି,‘ତୁମେ ମୋ ଭଳି ସମାନ ରଙ୍ଗର ପୋଷାକ କାହିଁକି ପିନ୍ଧିଲ। ତୁମକୁ ପାପ ଲାଗିବ।’ତାପରେ ଉଭୟ ଫିଲ୍ମ ‘ଜରା ହାଟକେ ଜାରା ବାଚକେ’ ଗୀତରେ ନାଚୁଥିବା ଦେଖିବାକୁ ମିଳୁଛି।