ଭାରତୀୟ ହେଲେ ୟୁଟ୍ୟୁବର ନୂଆ ସିଇଓ |

ଭାରତୀୟ ବଂଶୋଦ୍ଭବଙ୍କ ହାତରେ ୟୁଟ୍ୟୁବ ଦାୟିତ୍ୱ। ଗ୍ଲୋବାଲ ଅନଲାଇନ ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବର ଆଗାମୀ ସିଇଓ ହେବେ ନିଲ ମୋହନ ।ଜଣେ ଭାରତୀୟ-ଆମେରିକୀୟ ବ୍ୟବସାୟ କାର୍ଯ୍ୟନିର୍ବାହୀ ନିଲ୍ ମୋହନ, ଦୀର୍ଘକାଳୀନ ବର୍ଣ୍ଣମାଳା, ସୁଜାନ୍ ୱୋଜିକ୍କି ୟୁଟ୍ୟୁବର ନୂତନ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଭାବରେ ସଫଳ ହେବେ। ଭାରତୀୟ ବଂଶୋଦ୍ଭବଙ୍କ ହାତରେ ୟୁଟ୍ୟୁବ ଦାୟିତ୍ୱ। ଗ୍ଲୋବାଲ ଅନଲାଇନ ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବର ଆଗାମୀ ସିଇଓ ହେବେ ନିଲ ମୋହନ । ନିଲ୍‌ ୟୁଟ୍ୟୁବ ଚିଫ୍‌ ଓ୍ଵଜସିକିଙ୍କ ପରେ ୟୁଟ୍ୟୁବର ଦାୟିତ୍ୱ ସମ୍ଭାଳିବେ। ଓ୍ଵଜସିକି ବ୍ୟକ୍ତିଗତ କାରଣ ଦର୍ଶାଇ ୟୁଟ୍ୟୁବରୁ ଇସ୍ତଫା ଦେଇଛନ୍ତି । ୯ ବର୍ଷ ହେବ ୟୁଟ୍ୟୁବର ସିଇଓ ଭାବେ କାମ କରିଛନ୍ତି ଓ୍ଵଜସିକି।

ଏବେ ନୀଲ ୟୁଟ୍ୟୁବର ଚିଫ ପ୍ରଡକ୍ଟ ଅଫିସର ଅଛନ୍ତି । ୨୦୧୫ରୁ ସେ ଏଠାରେ କାମ କରୁଛନ୍ତି । ଅର୍ନ୍ତଜାତୀୟ ସ୍ତରରେ ଆଇଟି କ୍ଷେତ୍ରରେ ଭାରତୀୟ ବଂଶୋଦ୍ଭନଙ୍କ ଦବାଦବା ବଢିବାରେ ଲାଗିଛି। ଏଥିରେ ଏବେ ସାମିଲ ହୋଇଛନ୍ତି ନୀଲ୍‌ । ନୀଲ ଷ୍ଟାଣ୍ଡଫୋର୍ଡ ୟୁନିଭରସିଟିରୁ ପାଠ ପଢିଛନ୍ତି । ୟୁଟ୍ୟୁବ ପୂର୍ବରୁ ସେ ଗୁଗୁଲରେ ଡିସପ୍ଲେ ଓ ଭିଡିଓ ଆଡସ୍‌ର ବରିଷ୍ଠ ଉପାଧ୍ୟକ୍ଷ ଥିଲେ । ଏହା ସହ ସେ ବହୁ କମ୍ପାନୀରେ ବୋର୍ଡ ଅଫ ଡାଇରେକ୍ଟରରେ ମଧ୍ୟ ସାମିଲ ଅଛନ୍ତି । ଆସେଞ୍ଜରରେ ସିନିୟର ଆନାଲିଷ୍ଟ ଭାବେ କାମ କରିଛନ୍ତି ।

ଇସ୍ତଫା ଦେଇଥିବା ସୁସାନଙ୍କୁ ୨୦୧୪ରେ ୟୁଟ୍ୟୁବ୍ ସିଇଓ ଭାବେ ନିଯୁକ୍ତ କରାଯାଇଥିଲା । ସେହି ପଦରେ ଦୀର୍ଘଦିନ ପର୍ଯ୍ୟନ୍ତ କାମ କରିବା ପରେ ଏବେ ସେ ପରିବାର, ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ପ୍ରକଳ୍ପ ଉପରେ କାମ କରିବାକୁ ଚାହୁଥିବାରୁ ଇସ୍ତଫା ଦେବେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp