ଭାରତୀୟ ସଂସ୍କୃତିକୁ ଜୀବିତ ରଖିବା ପାଇଁ ‘ରଘୁପତି ରାଘବ ରାଜା ରାମ’ ଗୀତରେ ନାଚିଲେ ନୀତା ଅମ୍ବାନୀ
ନୀତା ମୁକେଶ ଅମ୍ବାନୀ କଲଚରାଲ୍ ସେଣ୍ଟର୍ (NMACC)ର ଲଞ୍ଚ ହୋଇଯାଇଛି । ଏହି ସେଣ୍ଟର ଉଦ୍ଘାଟନୀ ଉତ୍ସବରେ ନୀତା ଅମ୍ବାନୀ ‘ରଘୁପତି ରାଘବ ରାଜା ରାମ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଯାହାର ଭିଡିଓ ଏବେ ଭାଇରଲ ହେଉଛି । ଏହି ଉତ୍ସବରେ ସବୁ ବଡ ବଡ ସେଲିବ୍ରିଟି ନଜର ଆସିଛନ୍ତି । ନୀତା ଅମ୍ବାନୀ ଏହି କଲଚରାଲ ସେଣ୍ଟରର ଉଦ୍ଘାଟନ ଉତ୍ସବରେ ସୁନ୍ଦର ଡ୍ୟାନ୍ସ କରିଛନ୍ତି । ନୀତା ଅମ୍ବାନୀ ‘ରଘୁପତି ରାଘବ ରାଜା ରାମ’ ଗୀତରେ ଭରତନାଟ୍ୟମ ଡ୍ୟାନ୍ସ କରିଛନ୍ତି । ଭାରତୀୟ ସଂସ୍କୃତିକୁ ଜୀବିତ ରଖିବା ପାଇଁ ନୀତାଙ୍କ ନୃତ୍ୟକୁ ସମସ୍ତେ ବହୁତ ପସନ୍ଦ କରିଥିଲେ । ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ନୀତା ଅମ୍ବାନୀ ୬ ବର୍ଷ ବୟସରୁ ଡ୍ୟାନ୍ସ କରୁଛନ୍ତି ।
ଏହି ଉତ୍ସବରେ ବଲିଉଡ ଠାରୁ ହଲିଉଡର ସେଲିବ୍ରିଟି ନଜର ଆସିଛନ୍ତି । କରନ ଜୋହର, ଦୀପିକା ପାଦୁକୋନ, ବରୁଣ ଧଓ୍ଵନ, ଶାହରୁଖ ଖାନ, ଗୌରୀ ଖାନ, ପ୍ରିୟଙ୍କା ଚୋପ୍ରା, ରଣବୀର ସିଂ, ଟମ୍ ହଲାଣ୍ଡ, ଗିଗି ହଦିଦି, ପେନଲୋପ କ୍ରୁଜ, ସାରା ଅଲ୍ଲୀ ଖାନ, ସୋନମ କପୁର, କରୀନା କପୁର ପ୍ରମୁଖ ଯୋଗ ଦେଇଛନ୍ତି ।ସୂଚନାଯୋଗ୍ୟ, ଏହି ସେଣ୍ଟରରେ ପିଲା, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ପ୍ରଭୃତି ମାଗଣାରେ ଡ୍ୟାନ୍ସ ଶିଖିପାରିବେ । ଏହା ଜରିଆରେ ଅମ୍ବାନୀ ପରିବାର ସିନେମା, ମ୍ୟୁଜିକ, ହସ୍ତକଳା, ସାଇନ୍ସ, ଇତିହାସ ଏବଂ ଲୋକକଥାକୁ ପ୍ରୋତ୍ସାହିତ କରୁଛନ୍ତି ।