ଭାରତୀୟ ଟିମର ଖେଳାଳି ମୁକେଶ କୁମାରକଲେ ନିର୍ବନ୍ଧ |

ଭାରତୀୟ ଟିମର ଖେଳାଳିମୁକେଶ କୁମାରକଲେ ନିର୍ବନ୍ଧ ,ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଛି ସହି ଭିତରେ ଆଉ ଏକ ବିବାହ କରି ବାକୁ ଯାଉଛିନ୍ତି ଦେଖି ବାକୁମିଳିଛି |ନିକଟରେ ଭାରତୀୟ ଟିମର ଖେଳାଳି ବିହାରୀ ଝିଅ ସହିତ ନିର୍ବନ୍ଧ କରିଛନ୍ତି ମୁକେଶ ।ବିହାରର ଗୋପାଳଙ୍ଗଜରେ ରହୁଥିବା ମୁକେଶ କୁମାର ଛପରାର ଦିବ୍ୟା ସଂଙ୍କ ସହିତ ନିର୍ବନ୍ଧ କରିଛନ୍ତି । ୨୪ ଫେବୃଆରୀରେ ଦୁହେଁ ନିର୍ବନ୍ଧ କରିଥିଲେ । ଦିବ୍ୟା ଓ ମୁକେଶ ଉଭୟେ ଭଲ ବନ୍ଧୁ । ଆଉ ଦୁହିଁଙ୍କର ନିର୍ବନ୍ଧ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।ତେବେ ମୁକେଶ ନିଜ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ଚଳିତବର୍ଷ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ମୁକେଶଙ୍କୁ ୫.୫୦ କୋଟି ଟଙ୍କାରେ କିଣିଛି। ମୁକେଶଙ୍କ ବେସ୍‌ ପ୍ରାଇସ ୨୦ ଲକ୍ଷ ଥିଲା ।

ହେଲେ ନିଜ ବେସ୍‌ ପ୍ରାଇସରେ ୨୮ ଗୁଣା ଅଧିକ ଦାମରେ ବିକ୍ରି ହୋଇଛନ୍ତି ମୁକେଶ ।ମୁକେଶ ଏପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆରେ ଡେବ୍ୟୁ କରିନାହାନ୍ତି । ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସ୍ୱାର୍ଡରେ ସାମିଲ ହୋଇଥିଲେ କିନ୍ତୁ ଖେଳିବାକୁ ତାଙ୍କୁ ସୁଯୋଗ ମିଳିନଥିଲା । ମୁକେଶ କୁମାର ଭାରତୀୟ ଟେଷ୍ଟ ଟିମରେ ମଧ୍ୟ ସାମିଲ ହୋଇଛନ୍ତି। କିନ୍ତୁ ସେଠାରେ ମଧ୍ୟ ଏପର୍ଯ୍ୟନ୍ତ ଖେଳିବାକୁ ସୁଯୋଗ ପାଇନାହାନ୍ତି ।ମୁକେଶ ଗତବର୍ଷ ବାଲାଂଦେଶ –ଏ ବିପକ୍ଷରେ ଖେଳାଯାଇଥିବା ସିରିଜରେ ଇଣ୍ଡିଆ-ଏ ପକ୍ଷରୁ ଖେଳିଥିଲେ । ସେ ଦୁଇଟି ମ୍ୟାଚରେ ୯ଟି ଓ୍ଵିକେଟ ନେଇଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ମୁକେଶ କୁମାର ୧୪୫ଟି ଓ୍ଵିକେଟ ନେଇଛନ୍ତି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp