ଭାରତର ଇନିଂସ ବିଜୟ |
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି । ଗୋଟିଏ ଇଂନିସ ଆଉ ୧୩୨ ରନରେ ଭାରତ ଏହି ବିଜୟ ଲାଭ କରିଛି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ପିନ ଆଗରେ କଙ୍ଗାରୁ ବ୍ୟାଟ୍ସମ୍ୟାନମାନେ ତିଷ୍ଠି ପାରନଥିଲେ । ଫଳରେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇଂନିସରେ ୯୧ ରନରେ ଅଲଆଉଟ ହୋଇଯାଇଥିଲା ।
ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୧୭୭ରନ୍ କରି ଅଲଆଉଟ୍ ହୋଇଥିଲା । ରବୀନ୍ଦ୍ର ଜାଡେଜାଙ୍କୁ ମିଳିଥିଲା ୫ଟି ଓ୍ଵିକେଟ୍ । ସେହିଭଳି ୪୦୦ ରନ ସହ ୨୨୩ ରନରେ ଆଗୁଆ ଥିଲା ଭାରତ । ସ୍ପିନ ଆଟେକକୁ ନେଇ ଅଷ୍ଟ୍ରେଲିଆର ଯେଉଁ ଭୟ ଥିଲା ତାହା ସତ ସାବ୍ୟସ୍ତ ହୋଇଛି । ଆଉ ୩ଦିନରେ ଭାରତ ଜିତିଛି ସିରିଜର ପ୍ରଥମ ମ୍ୟାଚ । ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗରେ ରହିଛି।
ଭାରତ ପକ୍ଷରୁ ଅଶ୍ୱିନ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ୍ ମିଳିଛି।