ଭାଇ ନେଇଗଲା ଭାଇର ଜିନର ଜୀବନ |
ଭାଇ ନେଇଗଲା ଭାଇର ଜିନର ଜୀବନ |ପାରିବାରିକ କଳହରୁ ନେଇ ଭାଇକୁ ହାଣିଲା ଭାଇ ଏହି ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି । ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଷଣ୍ଢପାଲି ଗ୍ରାମରେ ଦେଖିବାକୁ ମିଳିଛି । ଅନୁପମ ବେହେରାକୁ ଏକ ଧାରୁଆ କତାରେ ହାଣିଲା ସାନଭାଇ ସନାତନ ବେହେରା ।ବୀଭତ୍ସ ହତ୍ୟା । ବଡ଼ଭାଇକୁ କଟୁରୀରେ ହାଣିଲା ସାନଭାଇ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଷଣ୍ଢପଲ୍ଲୀ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଅନୁପମ ବେହେରା ।ପାରିବାରିକ କଳହରୁ ସାନଭାଇ ସନାତନ କଟୁରୀରେ ବଡଭାଇ ଅନୁପମଙ୍କ ମୁହଁ ଓ କାନ୍ଧକୁ ବାରମ୍ବାର ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ବଡ଼ଭାଇ ଅନୁପମକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ସନାତନ । ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।