ଭଗବାନଙ୍କୁ ନେଇ ରାଜନୀତି ।
ବିଜେଡି ନେତାଙ୍କ ତୁଣ୍ଡରେ ଜୟ ଜଗନ୍ନାଥ । ଜୟ ଜଗନ୍ନାଥ ଧ୍ଵନି ଏବେ ସୋସିଆଲ ମିଡିଆରେ କମ୍ପି ଉଠୁଛି । ଦିନେ ଶଙ୍ଖ ମୋ ଗର୍ବ କହି ସୋସିଆଲ ମିଡିଆରେ ଚହଳ ପକାଇ ଥିଲେ ବିଜେଡି ନେତା । ଏମିତି କି ସମଗ୍ର ଦେଶରେ ଟୁଆଇଟରେ ନମ୍ବର 1ରେ ଟ୍ରେଣ୍ଡିଙ୍ଗ କରୁଥିଲା ଶଙ୍ଖ ମୋ ଗର୍ବ । ଆଉ ଏବେ ଶଙ୍ଖ ମୋ ଗର୍ବ ପରେ ବିଜେଡି ନେତା ଜୟ ଜଗନ୍ନାଥ କହି ସୋସିଆଲ ମିଡିଆରେ ଭିଡିଓ ଜାରି କରୁଛନ୍ତି । ପ୍ରଥମେ ପ୍ରଣବ ପ୍ରକାଶ ଦାସ ଜୟ ଜଗନ୍ନାଥ ଧ୍ଵନି ଉଚ୍ଚାରଣ କରିବା ପରେ ଏବେ ସମସ୍ତ ବିଜେଡି ନେତାଙ୍କ ତୁଣ୍ଡରେ ଜୟ ଜଗନ୍ନାଥ । ଏବେ ସୋସିଆଲ ମିଡିଆରେ ଜୟ ଜଗନ୍ନାଥ ଧ୍ଵନି ଏବେ ଟ୍ରେଣ୍ଡିଙ୍ଗରେ। ଦିନେ ବିଜେପି ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ କରୁଥିଲା ଆଉ ଏବେ ବିଜେଡି ଜୟ ଜଗନ୍ନାଥ ଧ୍ଵନିରେ ଚହଳ ପକାଉଛି । ଜନତା କହୁଛନ୍ତି ଜନସାଧାରଣଙ୍କୁ ନିଜ ଆଡକୁ ଆକର୍ଷିତ କରି ଭୋଟ ହାତେଇବା ପାଇଁ ବିଜେଡି ଏଇ ପନ୍ଥା ଆପଣାଇ ନେଇଛି । ଆଗକୁ ନିର୍ବାଚନ ଆସୁଛି ଆଉ ମାସ କେଇଟା ପରେ ସରଗରମ ହୋଇ ଉଠିବ ରାଜନୀତି ପ୍ରଚାର । ଆଉ ଏହା ପୂର୍ବରୁ ନିଜ ନିଜର ପଥ ପ୍ରସ୍ତୁତ କରୁଥିବା ବେଳେ ଆଗକୁ ନିର୍ବାଚନ ହାତେଇବା ପାଇଁ ବିଜେଡି ନୂଆ ନୂଆ ପନ୍ଥା ଆପଣାଇବା ଆରମ୍ଭ କରିଛି । ତେବେ ଦେଖିବାକୁ ବାକି ରହିଲା ଆଗକୁ ଆଉ କେଉଁ ନୂଆ ନୂଆ ଜିନିଷ ଦେଖିବାକୁ ମିଳୁଛି । 2024 ନିର୍ବାଚନ ବାଜି କିଏ ହାତଉଛି ।